ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ଲକ ଡାଉନ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ବସ,ଟ୍ରେନ,ବିମାନ ଉଡାଣ ଉପରେ କଟକଣା ଜାରି ରହିବ । ଟ୍ରେନରେ ଯାତ୍ରୀ ପରିବହନ ବନ୍ଦ ରହିବ । ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡାଣ ବନ୍ଦ ରହିବ । ଟ୍ୟାକ୍ସି, ଅଟୋ,ରିକ୍ସା ମଧ୍ୟ ଚାଲିବନି । ଆନ୍ତଃ ଜିଲ୍ଲା ଓ ରାଜ୍ୟ ମଧ୍ୟ ଚଳାଚଳ ଉପରେ କଟକଣା । ସମସ୍ତ ଶିକ୍ଷାନୁଷ୍ଠାନ ସହ କୋଚିଂ ସେଂଟର ବନ୍ଦ ରହିବ ।
ସାମାଜିକ,ଧାର୍ମିକ ଓ ରାଜନୈତିକ କାର୍ଯ୍ୟକ୍ରମ ବନ୍ଦ ରହିବ । ସର୍ବସାଧାରଣରେ ଛେପ ପକାଇଲେ ଜରିମାନା ଦେବାକୁ ପଡିବ । ଅଫିସ ଓ ସାର୍ବଜୀନ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବା ବାଧ୍ୟ । କୃଷି ସଂପର୍କିତ ସମସ୍ତ କାମ ଓ ନରେଗା କାମ ଜାରି ରହିବ । ବ୍ୟାଙ୍କ ଶାଖା ଓ ଏଟିଏମ ଖୋଲା ରହିବ । ଦୁଗ୍ଧ ବିକ୍ରି, ବିତରଣ ଓ ସଂଗ୍ରହ ଚାଲୁ ରହିବ । ପୂର୍ବପରି ସମସ୍ତ ମଲ, ସିନେମା ହଲ, ବାର ମଧ୍ୟ ବନ୍ଦ ରହିବ ।
– ସମସ୍ତ ପ୍ରକାର ପରିବହନ ଉପରେ କଟକଣା ଜାରି
– ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଜାରି ରହିବ
– ବସ୍, ରେଳ, ମେଟ୍ରୋ, ବିମାନ ଉଡାଣ ଉପରେ କଟକଣା
– ଟ୍ରେନ ଯୋଗେ ଯାତ୍ରୀ ପରିବହନ ବନ୍ଦ ରହିବ
– ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ଉପରେ କଟକଣା ଜାରି
– ହଟସ୍ପଟ ଅଞ୍ଚଳରେ କଟକଣା କଡାକଡି
– ଆନ୍ତଃ ଜିଲ୍ଲା ଓ ରାଜ୍ୟ ମଧ୍ୟରେ ଚଳାଚଳ ଉପରେ କଟକଣା
– ସିନେମା ହଲ, ମଲ, ଜିମ୍ ଓ ବାରଗୁଡିକ ବନ୍ଦ ରହିବ
– ସାମାଜିକ, ଧାର୍ମିକ, ରାଜନୈତିକ କାର୍ଯ୍ୟକ୍ରମ ବନ୍ଦ ରହିବ