Home ଦେଶ- ବିଦେଶ ଝାରସୁଗୁଡ଼ା ବିମାନବନ୍ଦରରୁ ୬ ସହରକୁ ଆରମ୍ଭ ହେବ ସେବା : ଧର୍ମେନ୍ଦ୍ର

ଝାରସୁଗୁଡ଼ା ବିମାନବନ୍ଦରରୁ ୬ ସହରକୁ ଆରମ୍ଭ ହେବ ସେବା : ଧର୍ମେନ୍ଦ୍ର

ଭୁବନେଶ୍ୱର: ଝାରସୁଗୁଡ଼ା ବିମାନବନ୍ଦରରୁ ଉଡିବ କମର୍ସିଆଲ ବିମାନ । ଦେଶର ୬ଟି ସହରକୁ ଏଠାରୁ ବିମାନ ଚଳାଚଳ କରିବ । ଉଡାନ୍-୩ ଯୋଜନାରେ ଝାରସୁଗୁଡ଼ାରୁ ବିମାନ ସେବା ଆରମ୍ଭ
ହେବ । ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଝାରସୁଗୁଡ଼ାରୁ କୋଲକାତା, ଭୁବନେଶ୍ୱର
ଓ ହାଇଦ୍ରାବାଦରୁ ଝାରସୁଗୁଡ଼ାକୁ ବିମାନ ଚଳାଚଳ କରିବ । ସେହିପରି ମୁମ୍ବାଇ, ଦିଲ୍ଲୀ ଓ ରାୟପୁରରୁ ମଧ୍ୟ ଝାରସୁଗୁଡ଼ାକୁ ବିମାନସେବା ଆରମ୍ଭ ହେବ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ୩ଟି ପର୍ଯ୍ୟାୟ ଉଡାନ ଯୋଜନା ଘୋଷଣା କରାଯାଇଛି । ଏଥିରେ ୨୩୫ ରୁଟ୍ ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଛି । ଏହିସବୁ ରୁଟ୍ ପାଇଁ ଲାଇସେନ୍ସ ପାଇଥିବା ବିମାନସେବା କମ୍ପାନୀମାନେ ହେଲେ ସ୍ପାଇସ୍ଜେଟ୍, ଇଣ୍ଡିଗୋ, ଜେଟ୍ଏୟାରୱେଜ୍ ଏବଂ ଏୟାରଇଣ୍ଡିଆର ଶାଖାକମ୍ପାନୀ ଆଲାଏନ୍ସ ଏୟାର ଓ ଟର୍ବୋ ଆଭିଏସନ । ଅନ୍ୟପକ୍ଷରେ ଭୁବନେଶ୍ୱରର ନୂଆ ଓ ପୁରୁଣା ଏୟାରପୋର୍ଟକୁ ମିଶାଇ ଏକ ବୃହତ୍ତ ଏୟାରପୋର୍ଟ ନିର୍ମାଣ କରାଯିବ । ଏଥିପାଇଁ ବିମାନ ଚଳାଚଳ ମନ୍ତ୍ରଣାଳୟ ୧ହଜାର କୋଟି ଟଙ୍କା ମଞ୍ଜୁର କରିଛି । ଭୁବନେଶ୍ୱରରୁ ତୀର୍ଥକ୍ଷେତ୍ର ବାରଣାସୀକୁ ଫ୍ଲାଇଟ୍ ଚାଲିବ । ଭୁବନେଶ୍ୱରକୁ ଏୟାର ଇଣ୍ଡିଆର ଶାଖା କମ୍ପାନୀ ଆଲାଏନ୍ସ ଏୟାର ଓ ଟର୍ବୋ ଆଭିଏସନର ବିମାନସେବା ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ ।