Home ରାଜ୍ୟ ଆଉ ୧୦ଜଣ ସଂକ୍ରମିତଙ୍କ ପ୍ରାଣହାନି, ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୭କୁ ବୃଦ୍ଧି

ଆଉ ୧୦ଜଣ ସଂକ୍ରମିତଙ୍କ ପ୍ରାଣହାନି, ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୭କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ୨୪ ଘଣ୍ଟା ମଧ୍ୟରେ ଆଉ ୧୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୫ ଜଣ, ଭୁବନେଶ୍ବରରୁ ୨ ଜଣ, ସୁନ୍ଦରଗଡ ଜିଲ୍ଲାରୁ ଜଣେ, ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଏବଂ ଗଜପତି ଜିଲ୍ଲାରୁ ଜଣେ ରହିଛନ୍ତି ।

ଏମାନଙ୍କ ଭିତରେ ଗଞ୍ଜାମ ଜିଲ୍ଲାର ଜଣେ ୫୪ବର୍ଷ ବୟସ୍କ ପୁରୁଷ ଅଛନ୍ତି, ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡ଼ିତ ଥିଲେ | ଗଞ୍ଜାମ ଜିଲ୍ଲାର ଜଣେ ୪୪ବର୍ଷ ବୟସ୍କ ପୁରୁଷ ଅଛନ୍ତି, ଯିଏ ମଧୁମେହରେ ପୀଡ଼ିତ ଥିଲେ | ଗଞ୍ଜାମ ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କ ପୁରୁଷଙ୍କର ମୃତ୍ୟୁ ଘଟିଛି, ଯିଏ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ | ଗଞ୍ଜାମ ଜିଲ୍ଲାର ଜଣେ ୫୬ ବର୍ଷ ବୟସ୍କା ମହିଳାଙ୍କର ମୃତ୍ୟୁ ଘଟିଛି, ଯିଏ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହାଇପୋଥାଇରଏଡିଜିମ୍ ରୋଗରେ ପୀଡ଼ିତ ଥିଲେ | ଗଞ୍ଜାମ ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ |
ଖୋର୍ଦ୍ଧା ଜିଲ୍ଲାର ଜଣେ ୪୦ ବର୍ଷ ବୟସ୍କ ପୁରୁଷଙ୍କର ମୃତ୍ୟୁ ଘଟିଛି, ଯିଏ ଅନିୟନ୍ତ୍ରିତ ଡାଇବେଟିସ୍ ରୋଗରେ ପୀଡ଼ିତ ଥିଲେ | ଭୁବନେଶ୍ୱରର ଜଣେ ୬୨ ବର୍ଷ ବୟସ୍କ ପୁରୁଷଙ୍କର ମୃତ୍ୟୁ ଘଟିଛି |
ଭୁବନେଶ୍ୱରର ଜଣେ ୭୦ ବର୍ଷ ବୟସ୍କ ପୁରୁଷ ଅଛନ୍ତି, ଯିଏ ଅନିୟନ୍ତ୍ରିତ ଡାଇବେଟିସ୍ ରୋଗରେ ପୀଡ଼ିତ ଥିଲେ।

ସୁନ୍ଦରଗଡ଼ ଜିଲ୍ଲାର ଜଣେ ୫୬ ବର୍ଷ ବୟସ୍କ ପୁରୁଷଙ୍କର ମୃତ୍ୟୁ ଘଟିଛି, ଯିଏ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ କରୋନାରୀ ଧମନୀ ରୋଗରେ ମଧ୍ୟ ପୀଡ଼ିତ ଥିଲେ।. ଗଜପତି ଜିଲ୍ଲାର ଜଣେ ୪୯ ବର୍ଷ ବୟସ୍କ ପୁରୁଷଙ୍କର ମୃତ୍ୟୁ ଘଟିଛି, ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡ଼ିତ ଥିଲେ |

ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୨୦,୫୧୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୭୩୭ ରହିଛି।