Home ରାଜ୍ୟ ଆଜି ମୁଖ୍ୟମନ୍ତ୍ରୀଙ୍କ ନବରଙ୍ଗପୁର, କୋରାପୁଟରେ ଗସ୍ତ : ୧୦୯୭ କୋଟି ଟଙ୍କା ବ୍ୟୟରେ ୧୬ଟି ପ୍ରକଳ୍ପର...

ଆଜି ମୁଖ୍ୟମନ୍ତ୍ରୀଙ୍କ ନବରଙ୍ଗପୁର, କୋରାପୁଟରେ ଗସ୍ତ : ୧୦୯୭ କୋଟି ଟଙ୍କା ବ୍ୟୟରେ ୧୬ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ ।

ନବରଂଗପୁର : ନବରଂଗପୁରରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଦିନ ୧୧ଟା ୫୫ରେ ଉମରକୋଟରେ ପହଞ୍ଚିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୯୭ କୋଟି ଟଙ୍କା ବ୍ୟୟରେ ୧୬ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବେ । ସେହିପରି ୧୯ କୋଟି ଟଙ୍କା ବ୍ୟୟରେ ୧୨ଟି ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ସେପଟେ ଆଜି କୋରାପୁଟ ଜୟପୁରରେ ବିଜେଡ଼ିର ଯୁବ ସମାବେଶ । ବିଜୁ ଯୁବ ବାହିନୀ ପକ୍ଷରୁ ଆଂଚଳିକ ସମାବେଶ ରଖାଯାଇଥିବା ବେଳେ ଏଥିରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୟପୁର ଏକମ୍ବା ପଡ଼ିଆରେ ଏଥିପାଇଁ ଦିନ ୩ଟା ବେଳେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରଖାଯାଇଛି । ଏନେଇ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହା ବ୍ୟତୀତ ଆଜି ମୁଖ୍ୟମନ୍ତ୍ରୀ କୋରାପୁଟରେ ୧୧ଶହ ୩୬ ଦଶମିକ ୪୧ କୋଟି ଟଙ୍କା ମୁଲ୍ୟର ୩୧ଟି ଜନହିତକାରୀ ପ୍ରକଳ୍ପର ଉଦଘାଟନ କରିବେ । ଏଥିରେ ରହିଛି ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ, ୪୧ଟି ଅଙ୍ଗନୱାଡ଼ି କେନ୍ଦ୍ର, କୋଲାବ ନଦୀ ଉପରେ ହାଇଲେଭେଲ୍ ସେତୁ ପରି ଏକାଧିକ ଲୋକକଲ୍ୟାଣକାରୀ ପ୍ରକଳ୍ପ ।