Home ଅପରାଧ ଭୁବନେଶ୍ଵର ନାବାଳିକା ଗଣଦୁଷ୍କର୍ମ ମାମଲା, ଆଜି ହାଇକୋର୍ଟରେ ହେବ ଶୁଣାଣି

ଭୁବନେଶ୍ଵର ନାବାଳିକା ଗଣଦୁଷ୍କର୍ମ ମାମଲା, ଆଜି ହାଇକୋର୍ଟରେ ହେବ ଶୁଣାଣି

ଭୁବନେଶ୍ଵର: ଭୁବନେଶ୍ଵର ନାବାଳିକା ଗଣଦୁଷ୍କର୍ମ ମାମଲାର ଆଜି ହାଇକୋର୍ଟରେ ହେବ ଶୁଣାଣି । ଗତ ସୋମବାର ଦିନ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି । ଅକ୍ଟୋବର ୬ ତାରିଖ ଠାରୁ ଏହି ମାମଲା ଓଡିଶା କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଛି । ଏହା ସହ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା କ୍ରାଇମବ୍ରାଞ୍ଚ ।

ତଦନ୍ତ ପାଇଁ ଅଧିକ ଦିନ ସମୟ ଦେବାକୁ ସତ୍ୟପାଠରେ ଦର୍ଶାଯାଇଛି । ଏହା ସହ କ୍ରାଇମବ୍ରାଞ୍ଚର ଜଣେ ଏସପିଙ୍କୁ ତଦନ୍ତା ଭାର ଦିଆଯାଇଛି ଓ ୪ ଜଣ ଇନ୍ସପେକ୍ଟର ଏଥିରେ ଏସପିଙ୍କୁ ସହଯୋଗ କରୁଛନ୍ତି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ଅଭିଯୁକ୍ତମାନଙ୍କୁ ପଚରାଉଚାରା କରାଯାଇଛି ଏବଂ ବୟାନ ମଧ୍ୟ ରେକର୍ଡ ହୋଇଛି ।

ସେମାନଙ୍କ ପଲିଗ୍ରାଫ୍‌ ପରୀକ୍ଷା ମଧ୍ୟ କରାଯାଇଛି । ରିପୋର୍ଟକୁ ଅପେକ୍ଷା କରାଯାଇଛି । ଘଟଣା ଘଟିବାର ୪ ମାସ ପରେ ମାମଲା ଦାୟର ହୋଇଛି । ତେଣୁ “ବାୟୋଲୋଜିକାଲ” ପ୍ରମାଣ ପାଇବାରେ ସମସ୍ୟା ହେଉଛି । କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରୁଛି ଓ ଏଥିପାଇଁ ସିବିଆଇ କିମ୍ବା ହାଇକୋର୍ଟରେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ଵାରା ଗଠିତ ଟିମ ଦ୍ଵାରା ତଦନ୍ତ ପାଇଁ ପ୍ରାର୍ଥନା ହୋଇଥିବା ବେଳେ ଏହି ମାମଲଟି ସିବିଆଇ କିମ୍ବା ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ଵାରା ତଦନ୍ତ କରାଯିବାର ଆବଶ୍ୟକତା ନଥିବା ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି ।