Home ରାଜନୀତି ରାତ୍ର କାଳୀନ କର୍ଫ୍ୟୁ ବଲବତ୍ତର,ଏଣିକି ଛେପ ପକାଇଲେ ଓ ମାସ୍କ ନ ପିନ୍ଧିଲେ ମୋଟା ଅଙ୍କର...

ରାତ୍ର କାଳୀନ କର୍ଫ୍ୟୁ ବଲବତ୍ତର,ଏଣିକି ଛେପ ପକାଇଲେ ଓ ମାସ୍କ ନ ପିନ୍ଧିଲେ ମୋଟା ଅଙ୍କର ଦଣ୍ଡ ଗଣିବାକୁ ପଡ଼ିବ

ଭୁବନେଶ୍ୱର: କରୋନାର ମୁକାବିଲା ଲାଗି ରାଜ୍ୟ ସରକାର ଅଧିକ କଠୋର ହୋଇଛନ୍ତି । ଏଥିଲାଗି ରାଜ୍ୟ ସରକାର କଡ଼ା କଟକଣା ଜାରି କରିଛନ୍ତି । ଏନେଇ ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏଣିକି ଛେପ ପକାଇଲେ ଓ ମାସ୍କ ନ ପିନ୍ଧିଲେ ମୋଟା ଅଙ୍କର ଦଣ୍ଡ ଗଣିବାକୁ ପଡ଼ିବ । ମାସ୍କ ନପିନ୍ଧି ପ୍ରଥମ ଥର ଧରା ନପଡ଼ିଲେ ୫୦୦ଟଙ୍କା, ଦ୍ୱିତୀୟ ଥର ଧରାପଡ଼ିଳେ ସେହି ୫୦୦ ଟଙ୍କା ଓ ତୃତୀୟ ଥର ବିନା ମାସ୍କରେ ଧରାପଡ଼ିଲେ୧୦୦୦ ଟଙ୍କା ଦଣ୍ଡ ଗଣିବାକୁ ପଡ଼ିବ । ସେହିପରି ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ  ପ୍ରଥମ ଦୁଇ ଥର ଲାଗି ୫୦୦ଟଙ୍କା ତୃତୀୟ ଥର ଠାରୁ ୧୦୦୦ଟଙ୍କା  ଜରିମାନା ଦେବାକୁ ପଡ଼ିବ। ଏଥିସହ ଅନ୍ତ୍ୟେଷ୍ଟି କ୍ରିୟା ଓ ବିବିହ କାର୍ଯ୍ୟ ପାଇଁ ସାମାନ୍ୟ କୋହଳ କରାଯାଇଛି ଏବଂ ହୋଟେଲ ଗୁଡିକ  ୩୦ % କ୍ଷମତାକୁ ନେଇ ଖୋଲିପାରିବେ ବୋଲି ସେ ସୂଚନା ଦେଇଛନ୍ତି।

ଜୁନ ଶେଷ ପର୍ଯ୍ୟନ୍ତ ପ୍ରତ୍ୟୋକ ଶନିବାର ଓ ରବିବାର ୧୧ଟି ଜିଲା ସଟ ଡାଉନ ରହିବ, ଗଞ୍ଜାମ, ପୁରୀ, ନୟାଗଡ଼, କଟକ , ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ଯାଜପୁର, ଭଦ୍ରକ , ବାଲେଶ୍ବର, ଓ ବଲାଙ୍ଗୀର। ସଟଡାଉନ ୨ଦିନ କୌଣସି ଅଫିସ ଖୋଲା ରହିବ ନାହିଁ । କେବଳ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ ଆତଯାତ କରିପାରିବେ ।

ତେବେ କରୋନା ମୁକାବିଲା ପାଇଁ ହୋଇଥିବା ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି କହିଛନ୍ତି । ଆବଶ୍ୟକ ହେଲେ ଫାଇନ୍‌ ଆଦାୟ ହେବ, ଗିରଫ କରାଯିବ । ଘରୁ ବାହାରିଲେ ୨ ମିଟର ଦୂରତ୍ୱ ବଜାୟ ଉପରେ ସେ ଅଧିକ ଗୁରୁତ୍ୱାରୋପ କରିଛନ୍ତି । ସର୍ବସାଧାରଣରେ ସାମାଜିିକ ଦୂରତ୍ୱ ବଜାୟ ରଖିବା ଅନିବାର୍ଯ୍ୟ। ରାଜ୍ୟରେ ଆଗରୁ ଲାଗୁ ହୋଇଥିବା ରାତ୍ରି କାଳିନ କର୍ଫ୍ୟୁ ଜାରି ରହିବ। ପୂର୍ବ ଭଳି ରାତି ୭ଟାରୁ ସକାଳ ୭ଟା ଯାଏଁ କର୍ଫ୍ୟୁ ଜାରି ରହିବ ବୋଲି ପୁଲିସ ମହାନିର୍ଦେଶକ ଅଭୟ କୁମାର ।