Home ରାଜ୍ୟ ଅଭିନେତା ଗୁଡ୍ଡୁ କରୋନା ସଂକ୍ରମିତ

ଅଭିନେତା ଗୁଡ୍ଡୁ କରୋନା ସଂକ୍ରମିତ

ଭୁବନେଶ୍ୱର : ଓଲିଉଡ ହାସ୍ୟ ଅଭିନେତା ଗୁଡ୍ଡୁଙ୍କୁ କରୋନା। ବର୍ତ୍ତମାନ ଗୁଡ୍ଡୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ଏବଂ ସୁସ୍ଥ ଅଛନ୍ତି।

ଗୁଡ୍ଡୁ କହିଛନ୍ତି, ୪-୫ଦିନ ହେବ ପ୍ରତି ସନ୍ଧ୍ୟାରେ ୭ଟାରୁ ୮ଟା ପର୍ଯ୍ୟନ୍ତ ଜ୍ୱର ଆସୁଥିଲା । ଔଷଧ ଖାଇବା ପରେ ଛାଡ଼ି ଯାଉଥିଲା । ମଙ୍ଗଳବାର ସନ୍ଧ୍ୟାରେ ଜୋର୍‌ରେ ଜ୍ୱର ଆସିବା ସହ ଛାତିରେ ଯନ୍ତ୍ରଣା ହୋଇଥିଲା । ସରକାରଙ୍କ ହେଲ୍ପଲାଇନ୍‌ ଏବଂ ବିଏମ୍‌ସିକୁ ଫୋନ୍‌ କରିବା ପରେ କେହି ଶୁଣିନଥିଲେ । ଶେଷରେ କୌଣସି ଉପାୟ ନପାଇ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛି । ଗୁଡ୍ଡୁ ସମସ୍ତଙ୍କୁ ନିବେଦନ କରିଛନ୍ତି, ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ କରୋନା ଟେଷ୍ଟ କରାଇ ନିଅନ୍ତୁ ।