Home ରାଜ୍ୟ ଆଜିଠୁ ଖୋଲିଲା ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର

ଆଜିଠୁ ଖୋଲିଲା ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର

କୋଣାର୍କ :  ଦୀର୍ଘ ୫ମାସ ପରେ ଆଜି ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଖୋଲିଥିବା ଜଣାଯାଇଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ସୂର୍ଯ୍ୟମନ୍ଦିର ଖୋଲିଛି । କରୋନା କଟକଣା କାରଣରୁ ଏହି ଐତିହାସିକ ପର୍ଯ୍ୟଟନ ସ୍ଥଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଅନଲକ୍ -୪ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ପର୍ଯ୍ଯଟନସ୍ଥଳୀ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଛି।

ପର୍ଯ୍ୟଟକମାନେ ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଥର୍ମାଲ ସ୍କ୍ରିନିଂ କରିବେ। ମାନୁଆଲ ଟିକେଟ୍ ବୁକିଂ ହୋଇ ନ ଥିବାରୁ ପର୍ଯ୍ୟଟକମାନେ ଅନଲାଇନ୍ ପେମେଣ୍ଟ କରିବା ପାଇଁ ମନ୍ଦିର ବାହାରେ QR କୋଡ୍ ଥିବା ସାଇନ୍ ବୋର୍ଡ ବ୍ଯବହାର କରି କରିପାରିବେ । ନିଷ୍ପତ୍ତି ଅନୁଯାୟୀ, ପ୍ରତିଦିନ ୪୫୦୦ ପର୍ଯ୍ୟଟକଙ୍କୁ ମନ୍ଦିର ଭିତରକୁ ଅନୁମତି ଦିଆଯିବ । ଭିଡ଼ ପରିଚାଳନା ପାଇଁ, ଦିନର ପ୍ରଥମାର୍ଦ୍ଧରେ ୨୫୦୦ ପରିଦର୍ଶକ ଏବଂ ଦ୍ୱିତୀୟାର୍ଦ୍ଧରେ ୨୦୦୦ ଭ୍ରମଣକାରୀଙ୍କୁ ଅନୁମତି ଦିଆଯିବ ।