Home ରାଜ୍ୟ ଆସନ୍ତା ୨୫ ତାରିଖରୁ ଝାରସୁଗୁଡା ବିମାନବନ୍ଦରରୁ ଆରମ୍ଭ ହେବ ବିମାନ ଚଳାଚଳ

ଆସନ୍ତା ୨୫ ତାରିଖରୁ ଝାରସୁଗୁଡା ବିମାନବନ୍ଦରରୁ ଆରମ୍ଭ ହେବ ବିମାନ ଚଳାଚଳ

23

ଝାରସୁଗୁଡା: ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆସନ୍ତା ୨୫ ତାରିଖରୁ ବିମାନ ଚଳାଚଳ ଆରମ୍ଭ ହେବ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ୨୫ ତାରିଖରୁ ଘରୋଇ ବିମାନ ସେବା ଆରମ୍ଭ ହେବ ବୋଲି ସୂଚନା ଦେବା ସହ ଏସଓଜି ଜାରି କରିଥଲା ମନ୍ତ୍ରଣାଳୟ ।

କେନ୍ଦ୍ର ସରକାରଙ୍କ ଏସଓପିକୁ ଆଧାର କରି ଝାରସୁଗୁଡା ବିମାନବନ୍ଦରରେ କିପରି ସୁରକ୍ଷିତ ଯାତ୍ରା କରିବେ ବିମାନ ଯାତ୍ରୀ ସେଥିପାଇଁ ଜିଲ୍ଲାପାଳ, ଏସପି ଓ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ମଧ୍ୟରେ ଶୁକ୍ରବାର ସନ୍ଧ୍ୟାରେ ଆଲୋଚନା ହୋଇଥିଲା ।

ଜିଲ୍ଲାପାଳ ଓ ଏସପି ବିମାନବନ୍ଦରକୁ ଯାଇ ସରଜମିନ ତଦନ୍ତ କରି ବିମାନଯାତ୍ରୀଙ୍କ ସ୍କ୍ରିନିଂ କରିବାକୁ ଗୋଟିଏ କାଉଣ୍ଟର ଖୋଲିବା ନେଇ ନିର୍ଦ୍ଦେଶ ଦେଇଥିଲେ । ପ୍ରଶାସନ ପକ୍ଷରୁ ବିମାନଯାତ୍ରୀଙ୍କ ରେଜିଷ୍ଟ୍ରେସନକୁ ବାଧ୍ୟତାମୂଳକ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେହିଭଳି କେନ୍ଦ୍ର ସରକାରଙ୍କ ଏସଓପି ପାଳନ କରାଯିବ ବୋଲି ଜିଲ୍ଲାପାଳ ଓ ଏସପି କହିଛନ୍ତି ।

ପ୍ରାୟ ଦୁଇ ମାସ ପରେ ବିମାନ ସେବା ଆରମ୍ଭ ହେଉଥିବାରୁ ପ୍ରଶାସନ, ବିମାନବନ୍ଦର କର୍ତ୍ତୃପକ୍ଷ ଚଳଚଞ୍ଚଳ ହୋଇ ପଡ଼ିଛନ୍ତି । କରୋନା ଯେପରି ନ ବ୍ୟାପିବା ସେଥିପାଇଁ ଧ୍ୟାନ ଦେବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି ।