Home ରାଜ୍ୟ କାଲିଠାରୁ ଦୂରଦର୍ଶନ ମାଧ୍ୟମରେ ପାଠ ପଢିବେ ଦଶମଶ୍ରେଣୀ ଛାତ୍ରଛାତ୍ରୀ

କାଲିଠାରୁ ଦୂରଦର୍ଶନ ମାଧ୍ୟମରେ ପାଠ ପଢିବେ ଦଶମଶ୍ରେଣୀ ଛାତ୍ରଛାତ୍ରୀ

: କାଲିଠାରୁ ଦୂରଦର୍ଶନ ମାଧ୍ୟମରେ ପାଠ ପଢିବେ ଦଶମଶ୍ରେଣୀ ଛାତ୍ରଛାତ୍ରୀ। ଦୂରଦର୍ଶନରେ ହେବ ପାଠପଢା। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଇଂରାଜୀ, ଗଣିତ, ବିଜ୍ଞାନ ପାଠ ପଢାଯିବ। ୨୦୧୭-୧୮ ମସିହାରେ ବିଜ୍ଞାନ ପ୍ରଯୁକ୍ତି ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିଲା ସ୍ୱତନ୍ତ୍ର ଭିଡ଼ିଓ। ଦୂରଦର୍ଶନରେ ପୂର୍ବାହ୍ଣ ୧୧ଟାରୁ ୧୨ଟା ଏବଂ ଅପରାହ୍ଣରେ ସାଢେ ୩ଟାରୁ ସାଢେ ଚାରିଟା ଯାଏ ହେବ ପାଠପଢା। ଛାତ୍ରଛାତ୍ରୀମାନେ ଏହାର ଫାଇଦା ନେବାକୁ ଗଣଶିକ୍ଷାମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।