Home ରାଜ୍ୟ ଏପ୍ରିଲ ୨ରୁ ସବୁ ସ୍କୁଲରେ ସକାଳ ପଢ଼ା

ଏପ୍ରିଲ ୨ରୁ ସବୁ ସ୍କୁଲରେ ସକାଳ ପଢ଼ା

ଭୁବନେଶ୍ୱର: ଓଡ଼ିଶାରେ ଏପ୍ରିଲ ୨ରୁ ସବୁ ସ୍କୁଲ ଗୁଡ଼ିକରେ ସକାଳ ପଢ଼ା ଆରମ୍ଭ ହେବ। ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକ ସକାଳ ପଢ଼ା କରାଯିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ଏପ୍ରିଲ ୨ରେ ପ୍ରବେଶ ଉତ୍ସବ ଏବଂ ୩ରୁ ନୂଆ ଶିକ୍ଷା ଆରମ୍ଭ ହେବ। ଏପ୍ରିଲ ୨ ପରଠାରୁ ମେ’ ମାସ ୫ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ଣ ୬ଟା ୩୦ରୁ ପୂର୍ବାହ୍ଣ ୧୦ଟା ୩୦ ଯାଏଁ ସ୍କୁଲ ଖୋଲା ରହିବ। ପୂର୍ବାହ୍ଣ ୧୦ଟାରେ ପିଲାମାନଙ୍କୁ ମଧ୍ୟାହ୍ଣ ଭୋଜନ ଦିଆଯିବାକୁ ନିର୍ଦ୍ଦେଶ ହୋଇଛି। ଗଣଶିକ୍ଷା ବିଭାଗ ପକ୍ଷରୁ ବିଭାଗୀୟ ଅଧିକାରୀମାନଙ୍କୁ ଚିଠି ହୋଇଥିବା ଜଣାପଡ଼ିଛି।

ଏପ୍ରିଲ ୧ ଓଡ଼ିଶା ଦିବସ ପାଳନ ହେବା ପରେ ଏପ୍ରିଲ ୨ରେ ସ୍କୁଲ ଗୁଡ଼ିକ ପୁଣି ଥରେ ଖୋଲିବ ଏବଂ ଏପ୍ରିଲ ୩ରୁ ଶିକ୍ଷା ବର୍ଷ ୨୦୧୯-୨୦ ଆରମ୍ଭ ହୋଇଯିବ।