Home ରାଜ୍ୟ ଆଜି ବିଶ୍ୱ ଅଣ୍ଡା ଦିବସ

ଆଜି ବିଶ୍ୱ ଅଣ୍ଡା ଦିବସ

ଭୁବନେଶ୍ୱର : ଆଜି ବିଶ୍ୱ ଅଣ୍ଡା ଦିବସ । ଏହି ଅବସରରେ  ଭୁବନେଶ୍ୱର ଓୟୁଏଟି ପରିସରରେ ଥିବା ଭେଟେନାରି କଲେଜ ପଡିଆରେ ପ୍ରାୟ ୫ହଜାର କୁକୁଡା ଚାଷୀଙ୍କର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କୃଷମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଏବଂ ଲେୟାର ଫାର୍ମର୍ସ ଆସୋସିଏସିନର ଉପଦେଷ୍ଟା ତଥା ରାଜ୍ୟ ମିଡିଆ ସେଲର ଉପଦେଷ୍ଟା ମାନସ ମଙ୍ଗରାଜ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶାରେ କୁକୁଡ଼ା ଚାଷ ସହିତ ଅଣ୍ଡା ଶିଳ୍ପକୁ ସରକାର ଦେଉଥିବା ପ୍ରୋତ୍ସାହନ ସମ୍ପର୍କରେ ଚାଷୀଙ୍କୁ ଅବଗତ କରାଇଥିଲେ । ଏଥିସହ ଚାଷୀଙ୍କ ବିଭିନ୍ନ ଅସୁବିଧା ଓ ସୁବିଧା ସମ୍ପର୍କରେ ଆଲୋଚନା ହୋଇଥିଲା ।