ଭୁବନେଶ୍ବର: ମିଶନ ସୁବିଦ୍ୟା ଅଭିଯାନର ଶୁଭାରମ୍ଭ । ଏସସି ଓ ଏସଟି ଉନ୍ନୟନ ବିଭାଗ ପରିଚାଳିତ ହଷ୍ଟେଲରେ ଛାତାଛାତ୍ରୀଙ୍କୁ ଆବଶ୍ୟକ ଉଚ୍ଚମାନର ସୁବିଧା ସୁନିଶ୍ଚିତ କରିବା ପାଇଁ ମିଶନ ସୁବିଦ୍ୟାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଆବାସିକ ସ୍କୁଲର ସୁବିଧା ଯୋଗାଇବାରେ ଓଡ଼ିଶା ଦେଶର ଏକ ଅଗ୍ରଣୀ ରାଜ୍ୟ । ନୂଆ ପଦକ୍ଷେପ ଦ୍ୱାରା ରାଜ୍ୟରେ ୬ହଜାର ୫ ଶହ ସ୍କୁଲରେ ରହୁଥିବା ୫ ଲକ୍ଷ ୭୦ ହଜାର ଏସସି ଓ ଏସଟି ଛାଚ୍ରଛାତ୍ରୀ ଉପକୃତ ହେବେ । ମିଶନ ସୁବିଦ୍ୟାରେ ନିରାପଦ କୋଠା, ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଉପଯୁକ୍ତ ରୋଷେଇଶାଳା ଓ ଡାଇନିଂ ଆଦିର ଭିତ୍ତିଭୂମିକୁ ଗୁରୁତ୍ୱ ଦିଆଯିବ । ଏନେଇ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଏବଂ କ୍ୱାଲିଟି କାଉନସିଲ ଇଣ୍ଡିଆ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ସେହିପରି ଅକ୍ଷର ଫାଉଣ୍ଡେସନ ସହ ମଧ୍ୟ ଅନ୍ୟ ଏକୁ ବୁଝାମଣା ସ୍ୱାକ୍ଷରିତ ହୋଇଛି ।