Home ଅପରାଧ ଘରେ ପଶି ଯୁବକଙ୍କୁ ହତ୍ୟା, ପୋଲିସ ଖୋଜୁଛି ଖିଅ

ଘରେ ପଶି ଯୁବକଙ୍କୁ ହତ୍ୟା, ପୋଲିସ ଖୋଜୁଛି ଖିଅ

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ଦିଗପହଣ୍ଡି ଥାନା ନୂଆଅନନ୍ତେଇ ଗାଁରେ ଅଭାବନୀୟ ଘଟଣା । ଘରେ ପଶି ଯୁବକଙ୍କ ହତ୍ୟା କଲେ ଦୁର୍ବୃତ୍ତ । ମୃତକ ଦୁଷ୍ମନ୍ତ ଚୌଧୁରୀ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଦିଗପହଣ୍ଡି ଥାନା ନୂଆଅନନ୍ତେଇ ଗାଁରେ ଜଣେ ଯୁବକଙ୍କୁ ଘରେ ପଶି ହତ୍ୟା କରାଯାଇଛି । ତେବେ ହତ୍ୟାକାଣ୍ଡ କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ଦିଗପହଣ୍ଡି ଓ ସଦର ଥାନା ପୋଲିସ ଘଟଣାସ୍ଥଳରେ ଛାନ୍‌ଭିନ୍‌ ଜାରି ରଖିଛନ୍ତି । ଆବଶ୍ୟକ ପଡ଼ିଲେ ସାଇଣ୍ଟିଫିକ୍‌ ଟିମ୍‌କୁ ଘଟଣାସ୍ଥଳକୁ ଡକାଯିବାର ସମ୍ଭାବନା ରହିଛି ।