Home ରାଜ୍ୟ ଟ୍ରାଫିକ କର୍ମଚାରୀଙ୍କ ଏହି କାମ ଦେଖିଲେ ଆପଣ ବି କରିବେ ପ୍ରଶଂସା

ଟ୍ରାଫିକ କର୍ମଚାରୀଙ୍କ ଏହି କାମ ଦେଖିଲେ ଆପଣ ବି କରିବେ ପ୍ରଶଂସା

କଟକ : ସେମାନେ ଯାହା ବି କରନ୍ତୁ କେବେ ପ୍ରଶଂସା ପାଆନ୍ତି ତ କେବେ ନିନ୍ଦା । ହେଲେ ସେମାନେ ନିଜ କର୍ତ୍ତବ୍ୟ କରି ଚାଲନ୍ତି । ତେବେ ୟୁନିଫର୍ମ ପିନ୍ଧି ଦେଲେ ସେମାନେ ସାଧାରଣ ମଣିଷରୁ କିଛି ଅଲଗା ପାଲଟି ଯାଆନ୍ତି । ତଥାପି ସେମାନଙ୍କ ଭିତରେ ସେଇ ମଣିଷର ହୃଦୟ ଥାଏ । ଯାହାର ଉଦାହରଣ ସେମାନେ ଅନେକ ସମୟରେ ଦେଖାଇ ଚାଲିଛନ୍ତି । ଆମେ କହୁଛୁ ଟ୍ରାଫିକ୍‌ ପୋଲିସ୍‌ଙ୍କ କଥା । ଆମକୁ ହେଲେମେଟ୍‌ ଜଗୁଥିବା, ଆମ ଚାଲାଣ କାଟୁଥିବା ଏଇ ଟ୍ରାଫିକ୍‌ ପୋଲିସ୍‌ ଆଜି ମାନବିକତା ଦେଖାଇଛନ୍ତି କଟକ ସହର ଗହଳି ରାସ୍ତାରେ । ଯାହାକୁ ଦେଖିଲେ ସେମାନଙ୍କ ପ୍ରତି ଆମ ଭାବନା ସମ୍ପୂର୍ଣ୍ଣ ବଦଳିଯିବ ।