Home ରାଜ୍ୟ ୩ କୋଟିରୁ ଅଧିକ ଟଙ୍କାର ଧଳା ଜହର ଜବତ

୩ କୋଟିରୁ ଅଧିକ ଟଙ୍କାର ଧଳା ଜହର ଜବତ

ବାରିପଦା : ୩କୋଟିରୁ ଅଧିକ ଟଙ୍କାର ଧଳା ଜହର ଜବତ । ମୟୂରଭଞ୍ଜ ଜିଲ୍ଲା ବାରିପଦା କୁଳିଅଣାରୁ ୩ କେଜି ୨୮୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚ STF । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩ କେ।ଟି ୨୮ ଲକ୍ଷ ଟଙ୍କା ହେବ । ଚୋରା ବେପାର କରୁଥିବା ଅଭିଯୋଗରେ ଆଜି ଭୋରରୁ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ସେଖ ଆସିକ ।

ତେବେ ଚଳିତ ବର୍ଷ ୧୫ କେଜି ୬୪୮ ଗ୍ରାମ ବ୍ରାଉନସୁଗାର ଜବତ ହେଲାଣି । ମୋଟ ୪୦ ଜଣ ଗିରଫ ହେଲେଣି । ୨୦୧୩ରୁ ୨୦୧୯ ମଧ୍ୟରେ ୭ କେଜି ୨୩୬ ଗ୍ରାମ ଧଳାଜହର ଜବତ ହୋଇଥିଲା । ଚଳିତ ବର୍ଷ ସର୍ବାଧିକ ବ୍ରାଉନସୁଗାର ଜବତ ହୋଇଛି । ଗୁଇନ୍ଦା ବିଭାଗର ରିପୋର୍ଟ ଆଧାରରେ ଏହି ଚଢାଉ ହୋଇଥିଲା ବୋଲି କ୍ରାଇମବ୍ରାଞ୍ଚ ଏଡ଼ିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।