Home ରାଜ୍ୟ ବିଏମସିର ଦୁଇ ଯନ୍ତ୍ରୀ କରୋନା ପଜିଟିଭ ଚିହ୍ନଟ

ବିଏମସିର ଦୁଇ ଯନ୍ତ୍ରୀ କରୋନା ପଜିଟିଭ ଚିହ୍ନଟ

33

ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ଉପରେ ରୋକ ଲଗାଇବା ନେଇ କଣ କଣ ପଦକ୍ଷେପ ନିଆଯିବ ସେନେଇ ଜୋରଶୋରରେ ପ୍ରସ୍ତୁତି ଚଳାଇଛନ୍ତି ବିଏମସି କତ୍ତୃପକ୍ଷ । ଗୋଟେ ପଟେ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଥିବା ବେଳେ ବିଏମସି ଅଫିସ ବି ଏଥିରୁ ବାଦ ପଡିନି । ବିଏମସି ଇଂଜିନିୟରିଙ୍ଗ ବିଭାଗର ଦୁଇ ଜଣ ଯନ୍ତ୍ରୀଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାଯାଇଛି । ଏଣୁ ବିଏମସିର ଇଂଜିନିୟରିଙ୍ଗ ବିଭାଗକୁ ସମ୍ପୂର୍ଣ୍ଣ ସିଲ କରି ଦିଆଯିଆଛି । ଅଫିସ କର୍ମଚାରୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଖବର ଅନୁଯାୟୀ ବିଏମ୍ସି ଅଫିସରେ କାର୍ଯ୍ୟରତ ଜଣେ ନିର୍ବାହୀ ଯନ୍ତ୍ରୀ, ଜଣେ କନିଷ୍ଠ ଯନ୍ତ୍ରୀ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅଧିକାରୀଙ୍କ ବ୍ୟକ୍ତିଗତ ଡ୍ରାଇଭରଙ୍କ ରିପୋର୍ଟ ବି ପଜିଟିଭ ଆସିଥିବା ଜଣାଯାଇଛି । ହଠାତ ଦୁଇ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ପରେ ବିଏମସି କତ୍ତୃପକ୍ଷଙ୍କ ନିଦ ଏକ ପ୍ରକାର ହଜିଯାଇଛି ।