Home ରାଜ୍ୟ ଚିକିତ୍ସା ପାଇଁ 7 ଟେକ୍ନିକାଲ କମିଟି ଗଠିତ, ଜିଲ୍ଲା କୋଭିଡ କେୟାର ବୁଲି ଦେବେ ପରାମର୍ଶ

ଚିକିତ୍ସା ପାଇଁ 7 ଟେକ୍ନିକାଲ କମିଟି ଗଠିତ, ଜିଲ୍ଲା କୋଭିଡ କେୟାର ବୁଲି ଦେବେ ପରାମର୍ଶ

ଭୁବନେଶ୍ବର: ରାଜ୍ୟରେ କୋଭିଡ ମୃତ୍ୟୁହାର କମାଇବା ସହିତ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ସରକାରଙ୍କ ନୂଆ ପଦକ୍ଷେପ । ସବୁ ସରକାରୀ ମେଡିକାଲ କଲେଜର ବରିଷ୍ଠ ଡାକ୍ତରଙ୍କୁ ନେଇ 7ଟି କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭେଷଜ ତାଲିମ ନିର୍ଦ୍ଦେଶକ ।

କମିଟି ଗୁଡିକ ରାଜ୍ୟର ସବୁ ଜିଲ୍ଲାରେ ଥିବା କୋଭିଡ ହେଲଥ ସେଣ୍ଟର ବୁଲିବେ । ଉତ୍ତମ ଚିକିତ୍ସା ନେଇ ସ୍ଥିତି ଅନୁଧ୍ୟାନ କରି ମୃତ୍ୟୁହାର କମାଇବା ଉପରେ ପରାମର୍ଶ ଦେବେ ।

ସେପଟେ ଗତ 24 ଘଣ୍ଟାରେ ଟେଷ୍ଟ ସଂଖ୍ୟା 53,015 ରହିଛି । ଏଥିରୁ 47,834 ଆଣ୍ଟିଜେନ, 5068 ଆରଟିପିସିଆର ରହିଛି । ସେହିପରି ରାଜ୍ୟରେ ଦିନକରେ 2589 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।