Home ରାଜ୍ୟ ରାଜସ୍ଥାନରୁ ରାଉରକେଲା ଫେରିଲେ ଛାତ୍ରଛାତ୍ରୀ

ରାଜସ୍ଥାନରୁ ରାଉରକେଲା ଫେରିଲେ ଛାତ୍ରଛାତ୍ରୀ

ରାଉରକେଲା :  ରାଜସ୍ଥାନରୁ ରାଉରକେଲା ଫେରିଲେ ଛାତ୍ରଛାତ୍ରୀ । ରାଜସ୍ଥାନ କୋଟାରୁ ଦୁଇ ଦିନ ତଳେ ବାହାରିଥିବା ଛାତ୍ରଛାତ୍ରୀ ରାଉରକେଲାରେ ପହଁଞ୍ଚିଛନ୍ତି । ସେଠାରୁ ୪ଟି ବସରେ ପ୍ରାୟ ୧୧୬ ଜଣ ଆସୁଛନ୍ତି ।

ଦୁଇଟି ବସ ରାଉରକେଲାରେ ପହଁଞ୍ଚିଥିବା ବେଳେ ଆଉ ଦୁଇଟି ରାସ୍ତାରେ ଅଛି । ରାଉରକେଲାରେ ଦୁଇଟି ବସ ପହଁଞ୍ଚିବା ପରେ ସ୍ଥାନୀୟ ଏୟାରଷ୍ଟ୍ରିପ୍ ରେ ସମସ୍ତଙ୍କୁ ବସରୁ ଓହ୍ଲାଯାଇଛି । ଛାତ୍ରଛାତ୍ରୀଙ୍କୁ ସ୍କ୍ରିନିଂ କରାଯାଉଛି । ଘଟଣାସ୍ଥଳରେ ରାଉରକେଲା ଏସପି ଏବଂ ସ୍ଥାନୀୟ ବିଧାୟକଙ୍କ ସହ ଅନ୍ୟ ପ୍ରଶାସନକି ଅଧିକାରୀ ଉପସ୍ଥିତ ଅଛନ୍ତି । ସ୍କ୍ରିନିଂ ପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ହୋମକ୍ବାରେଣ୍ଟାଇନରେ ରଖାଯିବ ବୋଲି ଜଣାପଡ଼ିଛି