Home ରାଜ୍ୟ ଚାରିଟି ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା କଲେ ବିଜେଡି ସୁପ୍ରିମୋ

ଚାରିଟି ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା କଲେ ବିଜେଡି ସୁପ୍ରିମୋ

ଭୁବନେଶ୍ବର : ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା । ପ୍ରାର୍ଥୀଙ୍କ ନାଁ ଘୋଷଣା କଲେ ନବୀନ । ସୁବାସ ସିଂଙ୍କୁ ମିଳିଲା ରାଜ୍ୟସଭା ଟିକେଟ୍‌ । ମୁନ୍ନା ଖାଁ ଓ ସୁଜିତ କୁମାର ଯିବେ ରାଜ୍ୟସଭା । ମମତା ମହନ୍ତ ହେବେ BJD ରାଜ୍ୟସଭା ପ୍ରାର୍ଥୀ । ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁବାସ ସିଂହ ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ଥିଲେ । ସେହିପରି ରାଜ୍ୟ ଉନ୍ନୟନ ପରିଷଦର ଏବେ ଉପଦେଷ୍ଟା ଅଛନ୍ତି କଳାହାଣ୍ଡିର ସୁଜିତ୍‌ କୁମାର । ମୁନ୍ନା ଖାଁ ପୂର୍ବରୁ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଛନ୍ତି । ମୟୂରଭଞ୍ଜ ବିଜେଡି ମହିଳା ଶାଖା ଦାୟିତ୍ୱରେ ମମତା ମହନ୍ତ ଥିବା ବେଳେ ରାଜ୍ୟସଭା ପାଇଁ ତାଙ୍କ ନାଁରେ ମୋହର ମାରିଛନ୍ତି ନବୀନ ।

ବିଜେଡି ୩ଟି ଆସନ ଜିତିବା ନେଇ ସ୍ପଷ୍ଟ ବହୁମତ ରହିଛି । ୪ଟି ସିଟରୁ ଚତୁର୍ଥ ସିଟକୁ କିଏ ହାତେଇବ ​‌ସେଇଠି ଅଟକିଛି ଅଙ୍କ । ସଂଖ୍ୟା ଦୃଷ୍ଟିରୁ ତିନୋଟି ସିଟ୍ ବିଜେଡି ଜିତିବା ନିଶ୍ଚିତ । ବାକି ଚତୁର୍ଥ ସିଟ ସଂଖ୍ୟା ଦୃଷ୍ଟିରୁ ବି​ଜେଡି ଜିତିବ ନା ବଜେପି ନା କଂଗ୍ରେସ କାହା ସହ ମିଶିବ ତାଙ୍କୁ ନେଇ ଚାଲିଛି ଅଙ୍କକଷା । ରାଜ୍ୟସଭାରେ ଜିତିବା ପାଇଁ ଯେଉଁ ଫର୍ମୁଲା ରହିଛି।  ସେହି ଫର୍ମୁଲା ଅନୁସାରେ ଓଡିଶାର ଖାଲି ପଡିଥିବା ୪ସିଟରୁ ପ୍ରତି ସିଟ ହାତେଇବାକୁ ଦରକାର ୩୦ବିଧାୟକଙ୍କ ଭୋଟ୍‌ ।

ଯେହେତୁ ବିଜେଡି ପାଖରେ ୧୧୩ ବିଧାୟକ ଅଛନ୍ତି ୯୦ବିଧାୟକ ସାହାଯ୍ୟରେ ୩ଟି ସିଟ ହାତେଇ ନେବ ଦଳ।ଚତୁର୍ଥ ସିଟ ପାଇଁ ଦରକାର ଆଉ ୭ଜଣ ବିଧାୟକଙ୍କ ଭୋଟ୍ । ସେପଟେ ସେହି ଚତୁର୍ଥ ସିଟ ହାତେଇବା ପାଇଁ ବିଜେପିକୁ ବି ଦରକାର ୭ବିଧାୟକଙ୍କ ସମର୍ଥନ।

ଏଭଳି ସ୍ଥିତିରେ ଯଦି ନିର୍ବାଚନ ହୁଏ କିଏ କାହାସହ ବୁଝାମଣା ନକରନ୍ତି ତେବେ ଚତୁର୍ଥ ସିଟରେ ମଧ୍ୟ ବିଜେଡି ବାଜିମାତ୍ କରିବ। କାରଣ ସେକେଣ୍ଡ ପ୍ରିଫରେନ୍ସ ଭୋଟ୍‌ରେ ବିଜେଡିକୁ ସବୁଠାରୁ ଅଧିକ ଭୋଟ୍ ମିଳିବ।ଯଦି କଂଗ୍ରେସ ରାଜ୍ୟସଭା ରେସ୍‌ରୁ ଦୁରେଇଯାଏ ତାହେଲେ ବିଜେଡିକୁ ସ୍ଥିତି ସୁହାଇବ। ବିନା ସେକେଣ୍ଡ ପ୍ରିଫରେନ୍ସ ଭୋଟ୍‌ରେ ହାତେଇ ନେବ ୪ରୁ ୪ସିଟ୍‌ ।

ସୂଚନାଯୋଗ୍ୟ ଯେ, ଓଡ଼ିଶାରୁ ଖାଲି ହେଉଥିବା ୪ଟି ରାଜ୍ୟସଭା ଆସନ ସମେତ ୧୭ଟି ରାଜ୍ୟର ୫୫ଟି ଆସନ ପାଇଁ ମାର୍ଚ୍ଚ ୨୬ ତାରିଖରେ ଭୋଟ୍ ଗ୍ରହଣ ହେବ । ଏପ୍ରିଲରେ ରଞ୍ଜୀବ ବିଶ୍ବାଳ, ସରୋଜିନୀ ହେମ୍ବ୍ରମ ଓ ନରେନ୍ଦ୍ର ସ୍ବାଇଁଙ୍କ କାର୍ଯ୍ୟକାଳ ସରୁଛି । ସେହିପରି ଅନୁଭବ ମହାନ୍ତି ଲୋକସଭାକୁ ନିର୍ବାଚିତ ହେବା ପରେ ତାଙ୍କ ଆସନ ମଧ୍ୟ ଖାଲି ପଡିଛି ।