କୋଣାର୍କ : ଆଜି ସକାଳେ ୫ଟି ସଚିବ ଭି.କେ. ପାଣ୍ଡିଆନ୍ ଅଚାନକ କୋଣାର୍କ ଗସ୍ତରେ ଯାଇ କୋଣାର୍କର ସୂର୍ଯ୍ୟ ମନ୍ଦିରରେ ପହଞ୍ଚି ମନ୍ଦିର ବୁଲିବା ସହ ବାହାର ବେଢା ପରିଦର୍ଶନ କରିଥିଲେ । ପରେ ଆଇଓସିଏଲର ବ୍ୟାଖ୍ୟାନ କେନ୍ଦ୍ର ,ହସ୍ତଶିଳ୍ପ ବଜାର ଓ ଅନ୍ୟାନ୍ୟ ସ୍ଥାନ ବୁଲି ଦେଖିଥିଲେ । ଏହାଛଡ଼ା କୋଣାର୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରସ୍ତୁତ ନକ୍ସା ବି ଦେଖିଥିଲେ । ଏଥିରେ ୫ଟି ସଚିବଙ୍କ ସହ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଓ ପୂର୍ତ୍ତ ସଚିବ କିଷନ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ୫ ‘ଟି’ ମନ୍ତ୍ରକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଗାନ୍ଧୀ ଜୟନ୍ତୀରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଶାସନକୁ  ଅଧିକ ଉତ୍ତରଦାୟୀ ଓ ଲୋକାଭିମୁଖୀ କରିବା ପାଇଁ ଏହି ଉଦ୍ୟମ ଆରମ୍ଭ ହୋଇଛି । ଏହାକୁ ନେଇ ୫ଟି ସଚିବ ଭି.କେ. ପାଣ୍ଡିଆନ୍ ବେଶ୍ ତତ୍ପର ଥିବା ଦେଖିବାକୁ ମିଳିଛି।