Home ଦେଶ- ବିଦେଶ ICUରୁ ବାହାରିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ, କରୋନାକୁ ହରାଇବାରେ ହେଲେ କି ସକ୍ଷମ?

ICUରୁ ବାହାରିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ, କରୋନାକୁ ହରାଇବାରେ ହେଲେ କି ସକ୍ଷମ?

କରୋନା ସଂକ୍ରମଣରେ ପିଡିତ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆଇସିୟୁରୁ ବାହାରିଛନ୍ତି । କିନ୍ତୁ ତାଙ୍କୁ ଆଉ କିଛିଦିନ ହସ୍ପିଟାଲରେ ରଖାଯାଇ ଚିକିତ୍ସା କରାଯିବ । ତାଙ୍କୁ ଗତ ୬ ତାରିଖ ଦିନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଏପ୍ରିଲ ୭ ତାରିଖରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଗତ ମାର୍ଚ୍ଚ  ୨୬ରେ ବୋରିସ ଜନସନ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲେ । ଏହା ପରେ ତାଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଥିଲା।