Home ରାଜ୍ୟ କାହାପାଇଁ କୋହଳା ହେଲା ଲକ୍‌ଡାଉନ୍‌ ଜାଣନ୍ତୁ

କାହାପାଇଁ କୋହଳା ହେଲା ଲକ୍‌ଡାଉନ୍‌ ଜାଣନ୍ତୁ

ଭୁବନେଶ୍ୱର  : ଆସନ୍ତାକାଲିଠାରୁ କୋହଳ ହେବ ଲକ୍‌ଡାଉନ କଟକଣା। ଆସନ୍ତୁ ନଜର ପକାଇବା କେଉଁ କେଉଁ କ୍ଷେତ୍ରରେ ସରକାରୀ କଟକଣା କୋହଳ କରିବାକୁ ଯାଉଛନ୍ତି ରାଜ୍ୟ ସରକାର।

ତାଲିକାରେ ଏମାନେ

-ସମସ୍ତ କୃଷି କାର୍ଯ୍ୟ କରାଯାଇ ପାରିବ । ଚାଷ କାମ ବି ହୋଇପାରିବ। -କୃଷିଯନ୍ତ୍ରପାତି ବିକ୍ରି କରୁଥିବା ଦୋକାନ ଖୋଲା ରହିବ।
-ସାର ଓ କୀଟନାଶକ ବିକ୍ରି ହେବ।
-ଦୁଗ୍ଧ ଉତ୍ପାଦନ ଓ ବିକ୍ରୀ ଉପରେ କଟକଣା ରହିବ ନାହିଁ।
-ମନରେଗା ଯୋଜନାରେ କାମ ଆରମ୍ଭ ହେବ।

-ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା, ସ୍ୱଚ୍ଛ ଭାରତରେ ଆଦି କାମ ହେବ।
-ବିଭିନ୍ନ ନିର୍ମାଣ କାର୍ଯ୍ୟ ପାଇଁ ବାଲି ଘାଟ, କ୍ରସର ଯୁନିଟ୍‌ କାର୍ଯ୍ୟକରିବେ।
-ପାଇପ ମିସ୍ତ୍ରୀ, ଇଲେକ୍ଟ୍ରିସିଆନ, ବୈଦ୍ୟୁତିକ ମରାମତି, ମୋବାଇଲ ମରାମତି, ଏୟାର କୁଲର, ଏୟାର କଣ୍ଡିସନର ଓ କମ୍ପ୍ୟୁଟର ପାର୍ଟସ୍‌ ବିକ୍ରି କରୁଥିବା ଦୋକାନଗୁଡ଼ିକ ଖୋଲା ରହିବ।
-ସିମେଣ୍ଟ,ରଡ୍‌, ଚିପ୍ସ ଭଳି ନିର୍ମାଣ ସାମଗ୍ରୀ ବିକ୍ରୀ କରୁଥିବା ଦୋକାନ ବି ଖୋଲା ରହିବ।
-ଟ୍ରକ ମରାମତି ଗ୍ୟାରେଜ, ଜାତୀୟ ରାଜପଥରେ ଢାବାଗୁଡ଼ିକ ସାମାଜିକ ଦୂରତା -ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ କ୍ଷୁଦ୍ର ଶିଳ୍ପଗୁଡ଼ିକ ସେମାନଙ୍କ କାର୍ଯ୍ୟ ଆରମ୍ଭ କରିପାରିବେ ।

ଆସନ୍ତାକାଲିଠାରୁ ଅଫିସ ଆସିବେ ସମସ୍ତ ଗ୍ରୁପ-ଏ ଅଧିକାରୀ। ସେହିପରି ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆରଡିସି, ତହସିଲ ଅଫିସ୍‌ର ସମସ୍ତ କର୍ମଚାରୀ ଆସିବେ। ତେବେ ମୁଖ୍ୟତଃ କୃଷି କ୍ଷେତ୍ରକୁ ସାବଧାନତାର ସହ ଖୋଲିବାକୁ ଯାଉଛନ୍ତି ସରକାର।
ଏବେ ସୁଦ୍ଧା ୧୦ଟି ଜିଲ୍ଲାରୁ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାକି ୨୦ଟି ଜିଲ୍ଲାରୁ ପଜିଟିଭ ବାହାରିନାହିଁ। ଏହାକୁ ଦୃଷ୍ଟିରେ ରଖି କେବଳ ଜିଲ୍ଲା ଭିତରେ ଗାଡ଼ି ଓ ବସ୍‌ ଚଳାଚଳ କରିବ କିମ୍ବା ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲାକୁ ଗାଡ଼ି ଚାଲିବ, ତାକୁ ନେଇ ବିଚାରବିମର୍ଶ କରାଯାଉଥିବା ପରିବହନ ମନ୍ତ୍ରୀ କହିଛନ୍ତି।
କିନ୍ତୁ ଭୁବନେଶ୍ୱର-କଟକ ସହରରେ ଲକ୍‌ଡାଉନ୍‌ କଟକଣାରେ ବିଶେଷ କିଛି କୋହଳ ହେବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।