Home ରାଜ୍ୟ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ, ଜଣଙ୍କର ମୃତ୍ୟୁ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ, ଜଣଙ୍କର ମୃତ୍ୟୁ

ବାଙ୍କୀ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଛି । ବୋମାମାଡରେ ଜଣଙ୍କର ମୃତ୍ୟୁ ହୋଇଛି । ବାଙ୍କି ଥାନା ଅନ୍ତର୍ଗତ ଘୋଳପୁର ଗାଁ ଆନନ୍ଦନାଥ ପାଟଣାସାହି ଦୋଳ ମଣ୍ଡପଠାରେ ଘଟିଛି ଅଘଣ । ମୃତକ ହେଲେ ଗୋବିନ୍ଦ ବେହେରା ।

ସୂଚନାଯୋଗ୍ୟ ଯେ, ବାଇକ୍‌ରେ ସଉଦା କିଣିବାକୁ ଯାଉଥିବା ବେଳେ ସେହି ଗ୍ରାମର କିଛି ଦୁର୍ବୃତ୍ତମାନେ ଗ୍ରାମ ଦୋଳମଣ୍ଡପ ଠାରେ ଆସୁଥିବାର ଦେଖି ପ୍ରଥମେ ବୋମା ମାଡ଼ କରିଥିଲେ । ପରେ ସେ ତଳେ ପଡିଯିବାରୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପହଞ୍ଚି ସୁବର୍ଣ୍ଣପୁର ଫାଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଛି ।