Home ରାଜ୍ୟ ବରିଷ୍ଠ ଅଭିନେତା ସନ୍ତୋଷ ନାୟକଙ୍କ ପରଲୋକ

ବରିଷ୍ଠ ଅଭିନେତା ସନ୍ତୋଷ ନାୟକଙ୍କ ପରଲୋକ

ଭୁବନେଶ୍ୱର୦୬।୧୦: ଓଲିଉଡ଼ ପାଇଁ ଆଉ ଏକ ଦୁଃଖଦ ଖବର । ବିଜୟ ମହାନ୍ତି, ଅଜିତ ଦାସ ପରେ ଆଉ ଜଣେ ବରିଷ୍ଠ ଅଭିନେତାଙ୍କ ପରଲୋକ ହୋଇଛି । ବରିଷ୍ଠ ଅଭିନେତା ସନ୍ତୋଷ ନାୟକଙ୍କ ପରଲୋକ ହୋଇଯାଇଛି । ସେ ଗତ କିଛିଦିନ ହେବ କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ୱରର ଏକ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ତାଙ୍କ ବନ୍ଧୁ ଗୀତିକାର ତଥା ସଂଳାପକାର ଡ. ରଜନୀ ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ସେ କହିଛନ୍ତି,ସୋମବାର ଅପରାହ୍ଣ ୨ଟା ୪୫ମିନିଟ୍‌ରେ ତାଙ୍କର ଦେହାନ୍ତ ହୋଇଯାଇଛି। ତାଙ୍କୁ ପାଖାପାଖି ୫୦ବର୍ଷ ବୟସ ହେବ। ସେ ଭୁବନେଶ୍ୱରରେ ପରିବାର ସହିତ ରହିଆସୁଥିଲେ । ଓଡ଼ିଆ ଇଣ୍ଡଷ୍ଟ୍ରିରେ ଜଣେ ଚମତ୍କାର ଅଭିନେତା ଥିଲେ। ପ୍ରଥମତଃ ଜଣେ ଭଲ ମଣିଷ ଥିଲେ। ସବୁବେଳେ ହସି ହସି ସମସ୍ତଙ୍କୁ ଆପଣାଇ ନେଉଥିଲେ। ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିରେ ବାପା ଭାବରେ ବେଶ୍‌ ପରିଚିତ ଥିଲେ । ପ୍ରତିଟି ସିନେମା ଏବଂ ଧାରାବାହିକରେ ସେ ବାପା ଚରିତ୍ରରେ ଅଭିନୟ କରିଆସୁଥିଲେ। ତାଙ୍କ ବିୟୋଗରେ କଳାକାର ଜଗତ ସ୍ତବ୍ଧ । ସମସ୍ତେ ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାଙ୍କ ସଦଗତି କାମନା କରିଛନ୍ତି।