Home ରାଜ୍ୟ କାଲିଠାରୁ “ଘରେ ଘରେ ଶଙ୍ଖ”

କାଲିଠାରୁ “ଘରେ ଘରେ ଶଙ୍ଖ”

ଆସନ୍ତା କାଲି ହେଉଛି ବିଜୁବାବୁଙ୍କ ଜନ୍ମଦିବସ ଯାହାକି ସମଗ୍ର ରାଜ୍ୟରେ ପଞ୍ଚାୟତରାଜ ଦିବସ ଭାବରେ ପାଳିତ ହେଉଛି । ସେଥିପାଇଁ ଆସନ୍ତା କାଲିଠାରୁ ବିଜେଡି ଏକ ନୂତନ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଏହା ହେଉଛି ‘ଘରେ ଘରେ ଶଙ୍ଖ- ମତାମତ ଦିଅନ୍ତି ଆପଣ ପାଳନ କରନ୍ତି ନବୀନ’ । ଆଜି ବିଜେଡି ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ଘୋଷଣା କରିବା ସହ ପ୍ରତ୍ୟେକ ଓଡିଆଙ୍କୁ ଏହି ଅଭିଯାନରେ ସାମିଲ କରାଯିବ ବୋଲି କହିଛନ୍ତି ।

ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସଫଳତା ଓ ଆବଶ୍ୟକ ଅନୁସାରେ ଅନ୍ୟ ଯୋଜନା ଗ୍ରହଣ କରାଯିବ ବୋଲି ଏହି ସମ୍ବିଳନୀରେ କହିଛନ୍ତି । ଲୋକଙ୍କ ମତାମତକୁ ନେଇ ଏଥର ବିଜେଡି ଦଳ ତରଫରୁ ଇସ୍ତାହାର ପ୍ରକାଶ କରାଯିବ । ୨୦୦୦ ମସିହାରୁ ବିଜେଡି ଉପରେ ରାଜ୍ୟବାସୀ ଭରସା ରଖିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ନିର୍ବାଚନରେ ମଧ୍ୟ ସେମାନଙ୍କ ଆଶୀର୍ବାଦ ଓ ସହଯୋଗ ନବୀନଙ୍କ ସହ ରହିବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ଏହି ସମ୍ବିଳନୀରେ ବିଧାୟକ ଅରୁଣ ସାହୁ, ଦଳୀୟ ମୁଖପାତ୍ର ସସ୍ମିତ ପତ୍ର ଓ ବିଜେଡି ମେଡିଆ ସେଲ ଅଧ୍ୟକ୍ଷ ବିଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।