Home ଜୀବନଚର୍ଯ୍ୟା କଣ କଲେ ଆପଣମାନଙ୍କ ଶରୀରର ଓଜନ ସହଜରେ ହ୍ରାସ ହୋଇପାରିବ , ଅ।ସନ୍ତୁ ଜାଣିବେ…

କଣ କଲେ ଆପଣମାନଙ୍କ ଶରୀରର ଓଜନ ସହଜରେ ହ୍ରାସ ହୋଇପାରିବ , ଅ।ସନ୍ତୁ ଜାଣିବେ…

ଭୁବନେଶ୍ୱର: ଆମ ଶରୀରପାଇଁ ଆମେ ସବୁବେଳେ ଚିନ୍ତିତ ରହିଥାଉ । ସାଧାରଣତଃ ଆମଶରୀରରେ କେତେବେଳେ ଚର୍ମ ସମସ୍ୟା ଦେଖାଯାଏ ତ ଆଉ କେତେବେଳେ ଓଜନ ବୃଦ୍ଧି ହୋଇଥାଏ । େଯେତେବେଳେ ଆମ ଶରୀର ଓଜନ ବୃଦ୍ଧି ହୋଇଯାଏ ସେତବେଳେ ଆମେ ଖାଇବା କମେଇବା ସହିତ ବ୍ୟାୟମ ମଧ୍ୟ କରି ଥାଉ । ଶରୀରର ମୋଟାପଣ ହେତୁ ଆମକୁ ବସିବା,ଚାଲିବା ନେଇ ଏମିତି ବିଭିନ୍ନ ପ୍ରକାରର ଅନେକ ସମସ୍ୟା ଦେଖାଦେଇଥାଏ । ଯାହାକୁ ନେଇ ଆମେ ଚିନ୍ତିତ ହୋଇପଡିଥାଉ । ତେବେ ଯଦି ଆପଣ ମାନେ ମୋଟାପଣ ନେଇ ଚିନ୍ତିତ ଅଛନ୍ତି ତାହେଲେ ଆସନ୍ତୁ ଜାଣିବା କଣ କଲେ ଆପଣ ସହଜରେ ଆପଣଙ୍କ ଶରୀରର ଓଜନକୁ ହ୍ରାସ କରିପାରିବେ । ତାହେଲେ ଜାଣନ୍ତୁ ଘରୋଇ ଉପାୟ । ତେବେ ଆପଣମାନଙ୍କ ଘରେ ନିଶ୍ଚିତ ଧନିଆ ଥିବ । ତାହେଲେ ଏହି ଧନିଆକୁ ବ୍ୟବହାର କଲେ କରିବା ଦ୍ୱାରା ଓଜନ ହ୍ରାସ ହୋଇଥା । ଏହାକୁ କିଭଳି ସେବନ କରିବେ ଜାଣନ୍ତୁ..
୧- ଆପଣମାନେ ରାତିରେ ଶୋଇବା ପୁର୍ବରୁ କଞ୍ଚା ଧନିଆକୁ ପାଣିରେ ଭିଜାଇ ରଖିବେ । ତାପରଦିନ ସକାଳେ ଭିଜା ହୋଇଥିବା କଞ୍ଚା ଧନିଆକୁ ଫୁଟାଇ ତାହାର ପାଣିକୁ ଖାଲିପେଟରେ ପିଇବେ । ଯାହାଦ୍ୱାରା ଆପଣଙ୍କ ଶରୀରର ଓଜନ କୁ ହ୍ରାସ କରିବାରେ ସହୟତା କରିବ ।
୨- ତେବେ ରହିଥିବା ପୋଷକ ତତ୍ତ୍ୱ ବ୍ୟକ୍ତିର ସ୍ୱାସ୍ଥ୍ୟ ଲାଗି ବହୁତ ଲାଭଦାୟକ ହୋଇଥାଏ । ଏହି ଧନିଆରେ ମିନେରାଲ, ଭିଟାମିନ ଭଳି ପଟାସିୟମ, ଆଇରନ, ମାଙ୍ଗାଜିନ, କ୍ୟାଲିସିୟମ, ଫିଲକ ଏସିଡ, ଭିଟାମିନ ,ଏ,କେ ଏବଂ ସି ମଧ୍ୟ ଅଧିକ ମାତ୍ରାରେ ରହିଥାଏ । ଯାହାକି ଆପଣମାନଙ୍କ ଶରିରରୁ ଅନେକ ରୋଗକୁ ଦ୍ୟର କରିବାରେ ସହାୟକ ହୋଇଥାଏ ।