Home ରାଜ୍ୟ ୫ ବିଧାୟକ କରୋନା ପଜିଟିଭ ଚିହ୍ନଟ

୫ ବିଧାୟକ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନ ହେବ। ଏହା ପୂର୍ବରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଧାୟକ ଓ ମନ୍ତ୍ରୀମାନଙ୍କର କରୋନା ପରୀକ୍ଷା କରାଯାଇଥିଲା। ଏବେ ପୁଣି ୫ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି । ଏହି ବିଧାୟକମାନେ ହେଲେ ବିକ୍ରମ ପଣ୍ଡା, ଅଙ୍ଗଦ କହଁର, ସରୋଜ ମେହେର, ଜୟନ୍ତ ଷଡଙ୍ଗୀ ଓ ଭୁଦାନ ମୁର୍ମୁ । ଗତକାଲି ୨୫ ବିଧାୟକଙ୍କ କୋଭିଡ ନମୁନା ପରୀକ୍ଷା ହୋଇଥିଲା
ପ୍ରଥମ ପର୍ଯ୍ୟାୟରେ ୨, ଦ୍ୱିତୀୟ ପର୍ଯ୍ୟାୟରେ୧୨ ବିଧାୟକ ପଜିଟିଭ ଚିହ୍ନଟ ହୋଇଥିଲେ।

ଚିହ୍ନଟ ହୋଇଥିବା ମନ୍ତ୍ରୀ ଓ ବିଧାୟକଙ୍କ ମଧ୍ୟରେ ଉପବାଚସ୍ପତି ରଜନୀକାନ୍ତ ସିଂହ, ମନ୍ତ୍ରୀ ସମୀର ଦାଶ, ମନ୍ତ୍ରୀ ପଦ୍ମିନୀ ଦିଆନ ଓ ଜ୍ୟୋତି ପାଣିଗ୍ରାହୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ସେହିପରି ବିଧାୟକ ଅଶୋକ ବଳ, ବିଷ୍ଣୁବ୍ରତ ରାଉତରାୟ, ଭାଗିରଥୀ ସେଠୀ କରୋନା ସଂକ୍ରମିତ ଥିବା ଚିହ୍ନଟ ହୋଇଛନ୍ତି। ସୁଶାନ୍ତ ବେହେରା, ଉମାକାନ୍ତ ସାମନ୍ତରାୟ, ନାଉରୀ ନାଏକ, ପ୍ରଶାନ୍ତ ଜଗଦ୍ଦେବ ଓ ସୁକାନ୍ତ ନାୟକଙ୍କର ବି କୋଭିଡ ରିପୋର୍ଟ ପଜିଟିଭ ଆସିଥିଲା।