Home ରାଜ୍ୟ ଓଡ଼ିଆ ଶ୍ରମିକଙ୍କ ବସ୍ ଦୁର୍ଘଟଣା ଘଟଣା : ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା କଲେ...

ଓଡ଼ିଆ ଶ୍ରମିକଙ୍କ ବସ୍ ଦୁର୍ଘଟଣା ଘଟଣା : ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  : ରାୟପୁରରେ ଓଡ଼ିଆ ଶ୍ରମିକଙ୍କ ବସ୍‌ ଦୁର୍ଘଟଣା ଘଟଣା । ମୃତାହତଙ୍କ ପରିବାରକୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶ୍ରମିକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିବା ବେଳେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ରାୟପୁର ଯିବାକୁ ଶ୍ରମମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଘଟଣାସମ୍ପର୍କରେ ଛତିଶଗଡ଼ DGPଙ୍କ ସହ ଯୋଗାଯୋଗରେ ରହିବାକୁ ଓଡିଶା DGPଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଡିଜିପି ଅଭୟଙ୍କ ସୂଚନା ଦେଇଛନ୍ତି ଯେ, , ଛତିଶଗଡ଼ର ପୋଲିସ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିଛୁ । ୭ ଆହତଙ୍କର ଚିକିତ୍ସା  ରାୟପୁର ମେଡିକାଲରେ ଚାଲିଛି । ସେପଟେ ରାୟପୁର ବସ୍ ଦୁର୍ଘଟଣାରେ ଶ୍ରମମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଁ ରାୟପୁର ଯାଉଛି । ଆହତଙ୍କ ଚିକିତ୍ସା ଚାଲିଛି । ସୁସ୍ଥ ହେବା ପରେ ତାଙ୍କୁ ଘରକୁ ପଠାଯିବ । ଛତିଶଗଡ଼ ସରକାରଙ୍କ ସହ କଥା ହୋଇଛି । ପ୍ରାଥମିକତା ଭିତ୍ତିରେ ଚିକିତ୍ସା ଉପରେ ଗୁରୁତ୍ବ ଦେବାକୁ କହିଛୁ ।

ଆଜି ସକାଳ ସମୟରେ ଗଞ୍ଜାମ ଜିଲ୍ଲାରୁ କିଛି ଶ୍ରମିକ ନେଇ ଗୁଜରାଟର ସୁରତ ଅଭିମୁଖେ ଯାଉଥିଲା ଏକ ବସ୍ । କିନ୍ତୁ ଛତିଶଗଡ଼ ରାୟପୁର ନିକଟସ୍ଥ ଚେରିଖେଡି ନିକଟରେ ବସ୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଆହତ ହୋଇଥିବା ସୂଚନା ରହିଛି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ସ୍ଥାନୀୟ ପ୍ରଶାସନ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ ।