ଆସନ୍ତକାଲି ରବିବାର ଖୋଲା ରହିବ ବ୍ୟାଙ୍କ ।  ଅଥାର୍ତ ମାର୍ଚ୍ଚ ୩୧ରେ ଦେଶର ସମସ୍ତ ସରକାରୀ ନେଣଦେଣ କରୁଥିବା ନିର୍ଦ୍ଦିଷ୍ଟ ବ୍ୟାଙ୍କ୍ ଶାଖା ଗୁଡିକ ଖୋଲା ରହିବ । ଏନେଇ ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପୂର୍ବରୁ ଏକ ନିର୍ଦ୍ଦେଶାନାମା ଜାରି କରିଥିଲା । ମାର୍ଚ୍ଚ ୩୧ରେ ଆର୍ଥିକ ବର୍ଷର ଶେଷ ଦିନ ହେଇଥିବାରୁ ବ୍ୟାଙ୍କ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପେ ଏବଂ ଆକାଉଣ୍ଟ କାର୍ଯ୍ୟାଳୟ ଗୁଡ଼ିକ ରବିବାର ଖୋଲା ରଖିବାକୁ ଆରବିଆଇ ପକ୍ଷରୁ କୁହାଯାଇଛି ।

ସାଧାରଣ ଗ୍ରାହକ ମଧ୍ୟ ବ୍ୟାଙ୍କ ସମ୍ବନ୍ଧୀୟ କାମ କରିପାରିବେ । ଯଦି ସାଧାରଣ ଲୋକ ଚେକ ଜମା କରିବାକୁ ଚାହିିଁବେ ତାହା କରିପାରିବେ । ଏହାଛଡା ରବିବାର ଅନଲାଇନ ବ୍ୟାଙ୍କିଙ୍ଗ ସର୍ଭିସ ଯେପରିକି ଏନଇଏଫଟି, ଆରଟିଜିଏସ ସେବାର ମଧ୍ୟ ଲାଭ ଉଠାଇପାରିବେ ଗ୍ରାହକ । କାରଣ ଏହି ସେବା ପୂର୍ବରୁ ରବିବାର ବନ୍ଦ ରହିଥାଏ । ଏହାଛଡା ବ୍ୟାଙ୍କରେ ଜମା ସମ୍ବନ୍ଧୀୟ କାର୍ଯ୍ୟ ମଧ୍ୟ କରିପାରିବେ ଗ୍ରାହକ ।