Home ରାଜ୍ୟ ବିଧାନସଭା ଡିସ୍‌ପେନ୍‌ସାରି ମେଡିକାଲ ଅଫିସର ନିଲମ୍ବିତ

ବିଧାନସଭା ଡିସ୍‌ପେନ୍‌ସାରି ମେଡିକାଲ ଅଫିସର ନିଲମ୍ବିତ

ଭୁବନେଶ୍ୱର : ରାଜ୍ୟରେ ତୃତୀୟ କରୋନା ଭୂତାଣୁ (କୋଭିଡ-୧୯) ରୋଗୀ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗ ବିଧାନସଭା ଜୋନାଲ ଡିସପେନ୍‌ସାରି ମେଡିକାଲ ଅଫିସର ଲଳିତ ବେହେରାଙ୍କୁ ଶୁକ୍ରବାର ଚାକିରିରୁ ନିଲମ୍ବିତ କରିଛନ୍ତି। ତେବେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କ ବିନାନୁମତିରେ ହେଡ୍‌ କ୍ୱାର୍ଟର ଛାଡି ବାହାରକୁ ଯାଇ ପାରିବେ ନାହିଁ। ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ମାର୍ଚ୍ଚ ୧୬ରେ କରୋନା ଆକ୍ରାନ୍ତ ରୋଗୀ ବିଧାନସଭା ଡିସପେନସାରୀକୁ ଯାଇଥିଲେ। ଏ ନେଇ ବେହେରା କୌଣସି ସତର୍କତାମୂଳକ ପଦକ୍ଷେପ ନେଇ ନ ଥିଲେ। ଫଳରେ ରୋଗୀ ଜଣକ ବିଭିନ୍ନ ଡାକ୍ତରଖାନାକୁ ଯାଇଥିଲେ। ତାଙ୍କଠାରେ କରୋନା ପଜିଟିଭି ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢିଯାଇଛି।