ଭୁବନେଶ୍ବର : ମହିଳାଙ୍କ ପାଇଁ ସ୍ୱର ଉଠାଉଥିବା ସଭାନେତ୍ରୀ ସୁମିତ୍ରା ଜେନାଙ୍କ ଇସ୍ତଫା । ଚଳିତ ନିର୍ବାଚନ ପାଇଁ ବାରମ୍ବାର ମହିଳାଙ୍କୁ ଟିକେଟ୍ ଦିଆଯାଉନି ବୋଲି ହାଇକମାଣ୍ଡଙ୍କୁ ଅଭିଯୋଗ କରୁଥିଲେ ସୁମିତ୍ରା । ଏପରିକି ମହିଳାଙ୍କୁ ପ୍ରାଧାନ୍ୟ ଦେଇ ମହିଳାନେତ୍ରୀମାନଙ୍କୁ ଟିକେଟ୍ ଦେବାକୁ ଅନଶନ କରିଥିଲେ ସୁମ୍ରିତା । ହେଲେ ଏହାର କିଛି ସୁଫଳ ମିଳିଲା ନାହିଁ ବୋଲି ସୁମିତ୍ରା କହିଛନ୍ତି ।ଶେଷରେ ତାଙ୍କୁ ମଧ୍ୟ ଟିକେଟ୍ ତାଲିକାରୁ ବାଦ୍ ଦେବାରୁ କଂଗ୍ରେସକୁ ବାଏ ବାଏ କହିଛନ୍ତି ସୁମିତ୍ରା ।

ଯେଉଁଠି ମୁଁ ମହିଳାଙ୍କୁ ସୁରକ୍ଷା ଦେଇ ପାରୁନାହିଁ ସେଠି ରହିବା ମୋ ପାଇଁ କଷ୍ଟକର ବୋଲି କ୍ଷୋଭ ପ୍ରକାଶ କରି ଦଳରୁ ଇସ୍ତଫା ଦେଇଛନ୍ତି ସୁମିତ୍ରା । ପୂର୍ବରୁ ପ୍ରଦେଶ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣାକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିଲେ ସୁମିତ୍ରା । ଏପରିକି ସୁମିତ୍ରାଙ୍କ କହିବା ମୁତାବକ, ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକା ନିରାଶ କରିଛି ।