Home ଦେଶ- ବିଦେଶ ପୁଲୱାମା ଆତ୍ମଘାତୀ ହମଲା:  ଭାରତକୁ ସମର୍ଥନ କରିପାରେ ଚୀନ

ପୁଲୱାମା ଆତ୍ମଘାତୀ ହମଲା:  ଭାରତକୁ ସମର୍ଥନ କରିପାରେ ଚୀନ

ଜାମ୍ମୁ :  ଚୀନର ବିଦେଶ ମନ୍ତ୍ରାଳୟର ୱେବସାଇଟରେ ବିଦେଶ ମନ୍ତ୍ରାଳୟର ଏକ ବୟାନ ରହିଛି | ଚୀନ ଅଜହରକୁ ନେଇ ନିଜ ମତାମତ ବଦଳାଇପାରେ ବୋଲି ଏହି ବୟାନରୁ ଆଶଙ୍କା କରାଯାଉଛି | ଏହି ବୟାନରେ ଚୀନ କହିଛି ଯେ, ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ବୈଠକରେ ଚୀନ ଭାଗ ନେବା ଏବଂ ଅଜହରକୁ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ଘୋଷଣା କରିବା ଉପରେ ନିରପେକ୍ଷ ଆଲୋଚନା କରିବ | ତେବେ ଏହି ପ୍ରସଙ୍ଗରେ ଚୀନ ଭାରତ ସହ କିଛି ଚୁକ୍ତି କରିପାରେ ବୋଲି ଆଶଙ୍କା କରାଯାଉଛି |

ପୁଲୱାମା ଆତ୍ମଘାତୀ ହମଲାକୁ ଚୀନ ଗଭୀର ଭାବେ ନିନ୍ଦା କରିଛି କିନ୍ତୁ ଅଜହର ବିରୋଧରେ କୌଣସି ଦୃଢ ପ୍ରତିକ୍ରିୟା ରଖିନାହିଁ | ଅଜହର ବିରୋଧରେ କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ଚୀନ ସମାଶା ବିକଳ୍ପ ଉପରେ ବିଚାର କରୁଛି | ଚୀନ ପାଇଁ ଏହା ଏକ ସମ୍ବେଦନଶୀଳ ମୁଦ୍ଦା ପାଲଟି ଯାଇଛି | କାରଣ ଚୀନର ବୟାନ ପରେ ପାକିସ୍ତାନ ଏବଂ ଚୀନର ସମ୍ପର୍କ ଉପରେ ପ୍ରଭାବ ପଡିବ