Home ରାଜ୍ୟ ୫ ଟଙ୍କା ଦେଇ ଆହାର କେନ୍ଦ୍ରରେ ଖାଇଲେ ମୁଖ୍ୟ ଶାସନ ସଚିବଙ୍କ ସହ ପାଣ୍ଡିଆନ

୫ ଟଙ୍କା ଦେଇ ଆହାର କେନ୍ଦ୍ରରେ ଖାଇଲେ ମୁଖ୍ୟ ଶାସନ ସଚିବଙ୍କ ସହ ପାଣ୍ଡିଆନ

ଭୁବନେଶ୍ବର : ଗତ ଦୁଇ ଦିନରେ ୬ଟି ଦୁର୍ଗମ ଜିଲ୍ଲା ରେ ହସ୍ପିଟାଲ, ଆର୍ଟିଓ ଅଫିସ ପରିଦର୍ଶନ କରି ଲୋକଙ୍କ ସୁବିଧା ଅସୁବିଧା ବୁଝୁଥିବା ୫T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଆଜି ବୌଦ୍ଧ ଜିଲ୍ଲାର ଆହାର କେନ୍ଦ୍ର ପରିଦର୍ଶନ କରିବା ସହ ଭୋଜନ ମଧ୍ୟ କରିଛନ୍ତି ।

ମୁଖ୍ୟ ଶାସନ ସଚିବ ଏଥିପାଇଁ ୫ ଟଙ୍କା ପୈଠ କରି ଟିକେଟ କରିଛନ୍ତି । ଏହି ଦୃଶ୍ୟ ସଭିଙ୍କୁ ତାଜୁବ କରିଛି । ଏକଦା ସର୍ବାଧିକ କ୍ଷମତାଶାଳୀ ଭାବେ ବିରୋଧୀଙ୍କ ଦ୍ୱାରା ଚିତ୍ରିତ ହେଉଥିବା ପାଣ୍ଡିଆନ ଯେ କେତେ ସରଳ ମଣିଷ ତାହା ଆଜି ପ୍ରମାଣିତ ହୋଇଛି ।

ଲୋକଙ୍କ ସହ ମିଶି ସେ ଖାଉଥିବା ଦେଖାଯାଇଛି । କେବଳ ସେତିକି ନୁହେଁ , ଖାଦ୍ୟ ର ମାନ ସମ୍ପର୍କରେ ସେ ଲୋକଙ୍କୁ ପଚାରି ବୁଝିଛନ୍ତି । ଆଉ କିଭଳି ପରିସ୍କାର ପରିଚ୍ଛନ୍ନତା ରେ ଗୁରୁତ୍ୱ ଦିଆଯାଇପାରିବ ସେ ନେଇ ସଚିବ ଲୋକଙ୍କ ସହ ଆଲୋଚନା କରିଛନ୍ତି ।