Home ଦେଶ- ବିଦେଶ କୋଭିଡ୍-୧୯: ଦିଲ୍ଲୀରୁ ଶ୍ରମଜୀବୀମାନଙ୍କ ଅପସାରଣ ତ୍ୱରାନ୍ୱିତ କଲେ ଉତ୍ତରପ୍ରଦେଶ ସରକାର

କୋଭିଡ୍-୧୯: ଦିଲ୍ଲୀରୁ ଶ୍ରମଜୀବୀମାନଙ୍କ ଅପସାରଣ ତ୍ୱରାନ୍ୱିତ କଲେ ଉତ୍ତରପ୍ରଦେଶ ସରକାର

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକଡାଉନ୍ ପରେ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ଅଟକି ରହିଯାଇଥିବା ଉତ୍ତରପ୍ରଦେଶର ବୁଲା ଶ୍ରମିକମାନଙ୍କ ଅପସାରଣ କାର୍ଯ୍ୟ ଶନିବାର ଦିନ ଉତ୍ତରପ୍ରଦେଶ ସରକାର ତ୍ୱରାନ୍ୱିତ କରିଛନ୍ତି ।

ଆଜି ସକାଳେ ଶହ ଶହ ବୁଲା ଶ୍ରମିକ ଦିଲ୍ଲୀ ଉତ୍ତରପ୍ରଦେଶ ସୀମା ଠାରେ ଉତ୍ତରପ୍ରଦେଶ ମଧ୍ୟକୁ ପ୍ରବେଶ କରିଥିଲେ । ଗାଜିଆବାଦ ଏବଂ ଗୌତମ ବୁଦ୍ଧ ନଗରରୁ ଉତ୍ତରପ୍ରଦେଶ ରାଜ୍ୟ ସଡ଼କ ପରିବହନ ସେମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ନେଇଯାଉଛି ।

ଘରକୁ ଫେରିବାକୁ ବ୍ୟାକୁଳ ହୋଇପଡ଼ିଥିବା ଏହି ଶ୍ରମିକମାନଙ୍କ ଗହଳି ଯୋଗୁଁ ବସ୍ ଷ୍ଟାଣ୍ଡରେ ସାମାଜିକ ଦୂରତା ବଜାୟ ରଖିବା ସମ୍ଭବପର ହେଲାନାହିଁ । ପରେ ପ୍ରଶାସନ ତରଫରୁ କୌଶାମ୍ବି ଠାରେ ଯାତ୍ରୀମାନଙ୍କର ଥର୍ମାଲ୍ ସ୍କାନିଙ୍ଗ୍ ଆରମ୍ଭ ହୋଇଥିଲା ।

ଗାଜିଆବାଦ ଅଞ୍ଚଳର ଉତ୍ତରପ୍ରଦେଶ ରାଜ୍ୟ ସଡ଼କ ପରିବହନ ଅଧିକାରୀମାନେ କହିଛନ୍ତି ଯେ ଶୁକ୍ରବାର ମଧ୍ୟରାତ୍ରୀ ସୁଦ୍ଧା ସେମାନେ ୯୬ଟି ବସ୍ ଚଳାଇଥିଲେ । ଶ୍ରମିକମାନଙ୍କୁ ସହାୟତା କରିବାକୁ ସେମାନେ ଅଧିକ ବସ୍ ବନ୍ଦୋବସ୍ତ କରୁଛନ୍ତି