ଭୁବନେଶ୍ୱର : ଭୁବନେଶ୍ୱରରେ  ଝୁଲନ୍ତା ଅବସ୍ଥାରେ ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ମୃତ ଦେହ ଉଦ୍ଧାର । ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀ ଏମଆଇଜି-୫୧ ଭଡାଘରୁ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ନା ରଞ୍ଜିତା ରାଓ । ରଞ୍ଜିତା ରାଓ ଅଶୋକନଗରସ୍ଥିତ ୟୁକୋ ବ୍ୟାଙ୍କରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ରଞ୍ଜିତାଙ୍କ ଘର ନବରଙ୍ଗପୁରରେ କିନ୍ତୁ ସେ ତାଙ୍କ ବାପା-ମାଆଙ୍କ ସହ ଭୁବନେଶ୍ୱରରରେ ରହୁଥିଲେ । ପୁରୁଷ ବନ୍ଧୁଙ୍କ ସହ ରଞ୍ଜିତାଙ୍କର କିଛି ଦିନ ହେବ ବିବାହକୁ ନେଇ ମତାନ୍ତର ହୋଇଥିଲା । ଏହାକୁ ନେଇ ସେ ମାନସିକ ଚାପରେ ଥିଲେ ବୋଲି ତାଙ୍କ ମାଆ ମାହେଶ୍ୱରୀ ରାଓ କହିଛନ୍ତି । ଖବରପାଇ ପୁଲିସ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ।

ତେବେ ତାଙ୍କର ମୃତ୍ୟୁକୁ ନେଇ ସନ୍ଦେହ ଉପୁଜିଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ପ୍ରଶ୍ନବାଚୀ ଉଠିଛି । ତେବେ ସେ ଯାହା ହେଉନା କାହିଁକି , ମୃତ୍ୟୁ ପୂର୍ବରୁ ରଞ୍ଜିତା ରାଓ ‘ମାନା କି ହମ୍ ୟାର ନେହିଁ’ ଗୀତ ଶୁଣିଥିଲେ ଏହାକୁ ନିଜ ଫେସ୍ବୁକରେ ପୋଷ୍ଟ କରିଥିଲେ ବୋଲି କୁହାଯାଉଛି।