Home ରାଜ୍ୟ ରାଜ୍ୟ ଆଇନଜୀବି ସଂଘ ପକ୍ଷରୁ ୪୯ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ରାଜ୍ୟ ଆଇନଜୀବି ସଂଘ ପକ୍ଷରୁ ୪୯ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ଚଣ୍ଡିଖୋଲ : ରାଜ୍ୟ ଆଇନଜୀବି ସଂଘ ପକ୍ଷରୁ ୪୯ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

ରାଜ୍ୟ ଆଇନଜୀବୀ ସଂଘର ସଭାପତି ବିଚିତ୍ର କୁମାର ବଡ଼ଜେନାଙ୍କ ଅଧକ୍ଷତାରେ ଏହି ସମ୍ମିଳନୀକୁ ପୂର୍ବତନ ହାଇକୋର୍ଟ ବିଚାରପତି ବି. କେ. ମିଶ୍ର ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଯୋଗଦେଇଥିଲେ। ରାଜ୍ୟର ବିଭିନ୍ନ ଓକିଲ ସଂଘ ପକ୍ଷରୁ ବହୁ ଆଇନଜୀବୀ ଏଥିରେ ସାମିଲ ହୋଇଥିଲେ । ଆଇନଜୀବୀ ମାନଙ୍କ ସୁରକ୍ଷା ଓ ବିଭିନ୍ନ ଦାବି ନେଇ ଏହି ସମ୍ମିଳନୀ ରେ ଆଲୋଚନା କରାଯାଇଥିଲା।