Home ରାଜ୍ୟ ଆଜି ତାମିଲନାଡୁରୁ ୨ଶହ ଶ୍ରମିକଙ୍କୁ ନେଇ ବଲାଙ୍ଗିର ଷ୍ଟେସନରେ ପହଞ୍ଚିବ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ

ଆଜି ତାମିଲନାଡୁରୁ ୨ଶହ ଶ୍ରମିକଙ୍କୁ ନେଇ ବଲାଙ୍ଗିର ଷ୍ଟେସନରେ ପହଞ୍ଚିବ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ

3330

ବଲାଙ୍ଗିର : ବଲାଙ୍ଗିରରେ  ଆଜି ସକାଳ ୯ଟାରୁ ସନ୍ଧ୍ୟା ୬ଟା ଯାଏ କର୍ଫ୍ୟୁ ବଳବତ୍ତର ରଖାଯିବ। ଜିଲ୍ଲାର ସବୁ ରାସ୍ତା ସିଲ କରିବ ଜିଲ୍ଲା ପ୍ରଶାସନ। ଆଜି ବଲାଙ୍ଗୀରରେ ପହଞ୍ଚିବ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ । ତାମିଲନାଡୁ ତିରୁପୁରର ୨ଶହ ଶ୍ରମିକଙ୍କ ନେଇ ପହଂଚିବ ଟ୍ରେନ। ଏଥିପାଇଁ ବଲାଙ୍ଗୀର ଷ୍ଟେସନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ପ୍ରଶାସନ ଅଧିକାରୀ ଓ ପୋଲିସ ଅଧିକାରୀ ସ୍ଥିତିର ଯାଞ୍ଚ କରିଛନ୍ତି । ସୂଚନାନୁଯାୟୀ ଟ୍ରେନଟି ପ୍ରଥମେ ରାୟଗଡା ପରେ ବଲାଙ୍ଗୀର, ଭଦ୍ରକ ଓ ବାଲେଶ୍ୱରରେ ପହଞ୍ଚିବ।