Home ରାଜ୍ୟ ମହଙ୍ଗା ପଡ଼ିଲା ଭାଉଜ ସହ ଅନୈତିକ ପ୍ରେମସଂପର୍କ

ମହଙ୍ଗା ପଡ଼ିଲା ଭାଉଜ ସହ ଅନୈତିକ ପ୍ରେମସଂପର୍କ

ତେଲକୋଇ : ତେଲକୋଇ ଥାନା ଅନ୍ତର୍ଗତ କାଳିଆହତା ଫାଣ୍ଡି ଲକ୍ଷ୍ମୀନାରାୟଣ ପୁର ଢିପା ସାହିରେ ଘଟିଛି ଅଭାବନୀୟ ଘଟଣା । ମହଙ୍ଗା ପଡିଲା ଭାଉଜ ପ୍ରେମ । ବଡଭାଇର ତୀର ମାଡରେ ସାନଭାଇର ମୃତ୍ୟୁ । ଘଟଣାରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ,  ବର୍ଷେ ପୂର୍ବରୁ ସାନଭାଇ ଜିତୁ ମୁଣ୍ଡାର କକା ପୁଅ ବଡଭାଇ ଶଙ୍କର ମୁଣ୍ଡା ସ୍ତ୍ରୀଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଭାଇ ଶଙ୍କର ଏନେଇ ଜାଣି ପାରି ଜିତୁ ମୁଣ୍ଡାକୁ ଏଥିରୁ ଓହରି ଯିବା ପାଇଁ ବାରମ୍ବାର ତାଗିଦ କରିଥିଲା । କିନ୍ତୁ  ବଡଭାଇର କଥାକୁ ଜିତୁ ଗୁରୁତ୍ୱ ଦେଇନଥିଲା । ଗତ ୧୫ ଦିନ ତଳେ ଜିତୁ ମୁଣ୍ଡା ଭାଉଜକୁ ନିଜ ଘରେ ଆଣି ସ୍ତ୍ରୀ ଭାବରେ ରଖିଥିଲା । ଏଥିରେ ଶଙ୍କର ମୁଣ୍ଡା ଉତକ୍ଷିପ୍ତ ହୋଇପଡିଥିଲା । ପ୍ରତିଶୋଧ ନେବା ପାଇଁ ସୁଯୋଗ ଅପେକ୍ଷାରେ ବସିଥିଲା ଶଙ୍କର ।

ଗତକାଲି ଶଙ୍କରର ଭଣଜା ଟ୍ରାକ୍ଟର ଧରି ବିଲକୁ ହଳ କରିବା ପାଇଁ ଯାଇଥିଲା । ସେହି ଟ୍ରାକ୍ଟରରେ ଜିତୁ ଶ୍ରମିକ ଭାବେ କାମ କରି ଆସୁଥିଲା । ଜିତୁ ତା ନିଜ ଜମି ରେ ହଳ କରିବା ପାଇଁ ଟ୍ରାକ୍ଟର ଡ୍ରାଇଭର ପାଖକୁ ଯାଇଥିଲା । ଟ୍ରାକ୍ଟରରେ ତେଲ ସରିଯାଇଥିବାରୁ ଜିତୁ ଜମିରେ ହଳ କରିବା ପାଇଁ ଡ୍ରାଇଭର ମନା କରିବା ପରେ ଦୁଇଜଣ ଟ୍ରାକ୍ଟରରେ ବସି ଘରକୁ ଫେରୁଥିଲେ । ସବୁଦିନ ପରି ଶଙ୍କର ଘର ସାମ୍ନାରେ ଟ୍ରାକ୍ଟର ରଖି ଓହ୍ଲାଇବା ବେଳେ ସୁଯୋଗ ଉଣ୍ଡି ବସିଥିବା ଶଙ୍କର ତୀରବୀଦ୍ଧ କରିଥିଲା । ଘଟଣା ସ୍ଥଳରେ ଜିତୁର ମୃତ୍ୟୁ ଘଟିଥିଲା । ହତ୍ୟାକାରୀ ଭାଇ ଶଙ୍କର କାଳିଆହତା ଫାଣ୍ଡି ରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ଘଟଣାରେ ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି