Home ରାଜ୍ୟ ରଜ ପର୍ବ ପାଇଁ ଶୁକ୍ରବାର କର୍ଫ୍ୟୁ କୋହଳ । ରାତି ୭ ଟା ପରିବର୍ତ୍ତେ ୧୦...

ରଜ ପର୍ବ ପାଇଁ ଶୁକ୍ରବାର କର୍ଫ୍ୟୁ କୋହଳ । ରାତି ୭ ଟା ପରିବର୍ତ୍ତେ ୧୦ ଟାରୁ କର୍ଫ୍ୟୁ

ଭୁବନେଶ୍ୱର : କୋହଳ ହେବ କର୍ଫ୍ୟୁ । ରଜ ପର୍ବକୁ ନଜରରେ ରଖି ଶୁକ୍ରବାର ରାତିର କର୍ଫ୍ୟୁକୁ କୋହଳ କରିଛନ୍ତି ରାଜ୍ୟ ସରକାର । ଶୁକ୍ରବାର ସଂଧ୍ୟା ୭ଟାରୁ କର୍ଫ୍ୟୁ ଜାରି ହେବ ନାହିଁ । ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ଶୁକ୍ରବାର ରାତି ୧୦ରୁ କର୍ଫ୍ୟୁ ଲାଗୁ ହେବ । ରବିବାର ପହିଲି ରଜ ଥିବା ବେଳେ ଶନିବାର ଓ ରବିବାର ସଟ୍ ଡାଉନ୍ ରହିବ । ତେଣୁ ଶୁକ୍ରବାର ସଂଧ୍ୟାର କର୍ଫ୍ୟୁ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

ସେପେଟ ରଜ ଉତ୍ସବକୁ ଦୃଷ୍ଟିରେ ରଖି କରୋନା ପାଇଁ ଉଗ୍ରତାର ପୀଠ ଓ ବରୁଣେଇ ମନ୍ଦିରରେ ଲାଗିବ ୧୪୪ ଧାରା । ୧୪ ତାରିଖରୁ ୨୦ ତାରିଖ ଯାଏଁ ପ୍ରତିବର୍ଷ ସେଠାରେ ରଜ ଉତ୍ସବ ପାଳନ କରାଯାଏ । ଅଧିକ ଜନସମାଗମ ହେବାର ସମ୍ଭାବନା ଥିବାରୁ ଏଠାରେ ୭ ଦିନ ଧରି ୧୪୪ ଧାରା ଜାରି କରାଯିବ । ୟଏହି ସମୟରେ କୌଣସି ପ୍ରକାର ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବନି । ସେହିପରି କେନ୍ଦୁଝରରେ ରଜ ପର୍ବ ପାଳନ ପାଇଁ ହେଉଥିବା ସମସ୍ତ ପ୍ରକାର ମେଳା, ମେହୋତ୍ସବ ଓ ଦୋଳି ଖେଳ ଉପରେ ରୋକ୍ ଲଗାଇଛି ଜିଲ୍ଲାପ୍ରଶାସନ ।