Home ଦେଶ- ବିଦେଶ ଅସୁବିଧାରେ ପଡି ରେଳମନ୍ତ୍ରୀଙ୍କୁ କରିଥିଲେ ଟୁଇଟ : ମିଳିଲା ଏହି ସୁବିଧା

ଅସୁବିଧାରେ ପଡି ରେଳମନ୍ତ୍ରୀଙ୍କୁ କରିଥିଲେ ଟୁଇଟ : ମିଳିଲା ଏହି ସୁବିଧା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ଟୁଇଟରରେ ତୁରନ୍ତ ଜବାବ ଦେବା ତାଙ୍କୁ ସବୁବେଳେ ଚର୍ଚ୍ଚାର ଆଗ ଧାଡିରେ ଥାଆନ୍ତି । ତାଙ୍କୁ ଯେଉଁମାନେ ଦେଶର କୋଣ ଅନୁକୋଣରୁ ଟୁଇଟ କରିଥାଆନ୍ତି, ସେ ସେମାନଙ୍କୁ ତୁରନ୍ତ ଉତ୍ତର ଦେଇଥାଆନ୍ତି । ଏବେ ସେହି ଧାଡିରେ ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କ ନାମ ଯୋଡି ହୋଇଯାଇଛି । ଏବେ ସେ ମଧ୍ୟ ଟୁଇଟର ଜବାବ ତୁରନ୍ତ ଦେଉଛନ୍ତି । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି । ଉଦାହରଣଟି ହେଉଛି ବିଶାଖାପାଟଣାରୁ ନୂଆଦିଲ୍ଲୀ ଯାଉଥିବା ଗାଡି ୨୨୪୧୫ ସୁପରଫାଷ୍ଟ ଏସି ଏପି ଏକ୍ସପ୍ରେସରେ ଜଣେ ଯୁବତୀ ଭୋପାଲରୁ ଦିଲ୍ଲୀ ଯାଉଥିଲେ । ୩ଏସି କୋଚରେ ୫ରୁ ୬ଜଣ ଯାତ୍ରୀ ମଦ ନିଶାରେ ତାଙ୍କ ସହିତ ଖରାପ ବ୍ୟବହାର ଦେଖାଇଥିଲେ । ଏହି ବିଷୟରେ ଯୁବତୀଙ୍କ ଭାଇ ଜାଣିବା ପରେ ସଙ୍ଗେ ସଙ୍ଗେ ରେଳମନ୍ତ୍ରୀଙ୍କୁ ଟୁଇଟ କରି ଜଣାଇଥିଲେ । ଏହାଫଳରେ ଜିଆରପି ପୋଲିସ କିଛି ସମୟ ଭିତରେ ଅଭିଯୁକ୍ତଙ୍କୁ କାବୁ କରିନେଇଥିଲା ।