ଚଳଚ୍ଚିତ୍ର ହିପ୍ପି ଜରିଆରେ ବଡ଼ ପରଦାକୁ ଆସୁଛନ୍ତି ଅଭିନେତ୍ରୀ ଦିଗାଙ୍ଗନା ସୂର୍ଯ୍ୟବଂଶୀ। ଏଥିରେ ତାଙ୍କ ବିପକ୍ଷରେ ରହିବେ ଅଭିନେତା କାର୍ତ୍ତିକେୟ। ଫିଲ୍ମଟି ୭ ଜୁନକୁ ରିଲିଜ ହେବାକୁ ଯାଉଥିବା ବେଳେ ଶୁଟିଂ ସମୟର ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି। କଥାଟି ହେଉଛି ଦିଗାଙ୍ଗନାଙ୍କୁ ଏକ ଦୃଶ୍ୟରେ ସାପ ସହ ଶଟ୍ ଦେବାର ଥିଲା। ସେ ଏହା କରୁଥିବା ସମୟରେ ସାପଟି ତାଙ୍କୁ କାମୁଡ଼ି ଦେଇଥିଲା। ଏହା ଜାଣିପାରି ଅଭିନେତ୍ରୀଜଣଙ୍କ ସାପଠାରୁ ନିଜକୁ ଦୂର କରିଥିଲେ। ଫଳରେ ବଡ଼ ଧରଣର ଅଘଟଣରୁ ସେ ରକ୍ଷା ପାଇଯାଇଛନ୍ତି।
ଦିଗାଙ୍ଗନା ଟେଲି ଦୁନିଆର ଜଣେ ଲୋକପ୍ରିୟ ଅଭିନେତ୍ରୀ। ଟେଲି ଧାରାବାହିକ ବିରା ତାଙ୍କୁ ପରିଚୟ ଦେଇଥିଲା। ଏହା ପରେ ସେ ଶକୁନ୍ତଳା, ବାଳିକା ବଧୁ ଓ କୁବୁଲ ହେ ପରି ଶୋ’ରେ କାମ କରିଛନ୍ତି। ଏବେ ତାଙ୍କର ଫିଲ୍ମ ଆସିବାକୁ ଯାଉଛି। ଟିଏନ୍ କୃଷ୍ଣା ନିର୍ଦ୍ଦେଶିତ ଏହି ଫିଲ୍ମର ପୋଷ୍ଟର ରିଲିଜ ହୋଇସାରିଛି। ଏପରିକି ଏହାର ଟ୍ରେଲରକୁ ମଧ୍ୟ ପସନ୍ଦ କରାଯାଉଛି।
https://linksredirect.com/?cid=34199&source=linkkit&url=https%3A%2F%2Fplay.google.com%2Fstore%2Fapps%2Fdetails%3Fid%3Dcom.eterno.shortvideos