Home ଅପରାଧ ସହିଦନଗର ଥାନା ଭଙ୍ଗାରୁଜା ଘଟଣା : ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀ ଗିରଫ

ସହିଦନଗର ଥାନା ଭଙ୍ଗାରୁଜା ଘଟଣା : ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀ ଗିରଫ

ଭୁବନେଶ୍ୱର : ସହିଦନଗର ଥାନା ଭଙ୍ଗାରୁଜା ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀ ଗିରଫ । ପ୍ରକାଶକୁ ମିଶାଇ ଗିରଫଦାରୀ ସଂଖ୍ୟା ୬ରେ ପହଞ୍ଚିଛି । ଗତ ୩ ତାରିଖ ରାତିରେ ସହିଦନଗର ଥାନାରେ ପଶି ରାତିଅଧିଆ ଲଙ୍କାକାଣ୍ଡ ଲଙ୍କାକାଣ୍ଡ କରିଥିଲେ ଦୁର୍ବୃତ୍ତ । ସଂଘବଦ୍ଧ ଭାବେ ପୋଲିସ କବଳରୁ ଅଭିଯୁକ୍ତକୁ ଛଡେଇ ନେବାକୁ ଉଦ୍ୟମ କରିବା ବେଳେ ପୋଲିସ ବାଧା ଦେଇଥିଲା । ହେଲେ ଏମାନେ ଥାନାରେ ପଶି ପୋଲିସକୁ ଗୋଡେଇ ଗୋଡେଇ ମାଡ ମାରି ଲହୁଲୁହାଣ କରିଥିଲେ । ଏଥିରେ ଏକାଧିକ ପୋଲିସ କର୍ମଚାରୀ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପୁଲିସ ଏହି ଘଟଣାରେ ପୂର୍ବରୁ ୫ ଜଣଙ୍କୁ ଗିରଫ କରିଥିଲା ।