Home ରାଜ୍ୟ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିଭାଗ ପରିଦର୍ଶନ

ସୂଚନା ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିଭାଗ ପରିଦର୍ଶନ

125

ଭୁବନେଶ୍ବର : ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଆଜି ଲୋକସମ୍ପର୍କ ଭବନ ଯାଇ ବିଭାଗ ପରିଦର୍ଶନ କରିଛନ୍ତି । ମନ୍ତ୍ରୀ ରଘୁନନ୍ଦନ ଦାସ ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ସହ ବିଭାଗର କ୍ରିୟାଶୀଳତା ବଜାୟ ରଖିବା ଉପରେ ଗୁରୁତ୍ବାରୋପ କରିଛନ୍ତି।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ସୂଚନା ଓ ଲୋକସମ୍ପର୍କ ବିଭାଗ ସରକାର ଓ ଜନଗଣଙ୍କ ମଧ୍ୟରେ ସଂଯୋଜକ ସେତୁ ଭାବରେ କାର୍ଯ୍ୟ କରୁଛି। ଏଥିପାଇଁ ଏହି ବିଭାଗର ସବୁ ଅଧିକାରୀ ଓ କର୍ମଚାରୀ ନିଷ୍ଠା ଓ ଶୃଙ୍ଖଳାର ସହିତ ଦାୟିତ୍ବ ସମ୍ପାଦନ କରିବା ଉଚିତ୍। ମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ବିଭାଗୀୟ ନିର୍ଦ୍ଦେଶକ ଲକ୍ଷ୍ମୀଧର ମହାନ୍ତି, ଯୁଗ୍ମ ଶାସନ ସଚିବ ଶୁଭେନ୍ଦୁ କୁମାର ନାୟକ, ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ସମେତ ଅନ୍ୟ ପ୍ରମୁଖ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।