Home ଦେଶ- ବିଦେଶ ପାକିସ୍ତାନର ଏଫ-୧୬ବିମାନକୁ ଧ୍ୱଂସ କଲା ଭାରତ

ପାକିସ୍ତାନର ଏଫ-୧୬ବିମାନକୁ ଧ୍ୱଂସ କଲା ଭାରତ

ପାକିସ୍ତାନର ଏଫ-୧୬ ବିମାନକୁ ଖସାଇ ଦେଇଛି ଭାରତ । ଭାରତୀୟ ସୀମାରେ ୩ କିମି ଭିତରେ ପାକ୍ ବିମାନକୁ ଖସାଇ ଦେଇଛନ୍ତି ଭାରତୀୟ ସେନା । ଜମ୍ମୁ-କାଶ୍ମୀରର ନୌସେରା ସେକ୍ଟରରେ ପାକିସ୍ତାନ ବିମାନ ପ୍ରବଶେ କରିଛି । ହେଲେ ଭାରତୀୟ ସେନାର କଡ଼ା ଜବାବ ପରେ ଫେରିଗଲା ପାକ୍ ବିମାନ । ସେପଟେ ଭାରତୀୟ ବାୟୁସେନାର ସମସ୍ତ ପାଇଲଟଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨ ମିନିଟ ଭିତରେ ଉଡ଼ାଣ ଭରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଯୁଦ୍ଧ ବିମାନକୁ ପ୍ରସ୍ତୁତ ରହିବା ମଧ୍ୟ କୁହାଯାଇଛି ।

ସୂଚନା ଅନୁଯାୟୀ ଭାରତର ଏୟାର ଷ୍ଟ୍ରାଇକ ପରେ ଆଜି ସକାଳେ ପାକିସ୍ତାନର ଦୁଇଟି ଲଢୁଆ ବିମାନ ଜାମ୍ମୁ ଓ କାଶ୍ମୀରର ନୌସେରା ସେକ୍ଟରରେ ଭାରତୀୟ ସୀମାରେ ପ୍ରବେଶ କରିଥିଲା ।  ମାତ୍ର ଭାରତୀୟ ବାୟୁସେନା ପାକିସ୍ତାନୀ ବାୟୁସେନାର ଏଫ-୧୬ ବିମାନକୁ ମାରି ଖସାଇ ଦେଇଛି । ଏହି ବିମାନ ପାକ୍ ସୀମାରେ ୩ ଲାମ ଭ୍ୟାଲିରେ ଯାଇ ଖସି ପଡ଼ିଛି।