Home ରାଜ୍ୟ ନିର୍ବାଚନ ଲଢିବେନି ତଥାଗତ ଶତପଥୀ ।

ନିର୍ବାଚନ ଲଢିବେନି ତଥାଗତ ଶତପଥୀ ।

ଭୁବନେଶ୍ୱର : ଢେଙ୍କାନାଳ ଏମ୍‌ପି ତଥାଗତ ସତପଥୀ। ସେ ରାଜନୀତିରୁ ନିଜକୁ ଦୂରେଇଥିବା ମଙ୍ଗଳବାର   ଘୋଷଣା କରିଛନ୍ତି।  ପୁଅ ଏବଂ ସାମ୍ବାଦିକତା ପାଇଁ ସେ ଏହି ନିଷ୍ପତି ନେଇଥିବା ଗଣମାଧ୍ୟମକୁ କହିଛନ୍ତି ।  ବୟସ୍କମାନେ ବାଟ ଛାଡ଼ିଲେ ଯୁବ ନୀତି ନିର୍ଦ୍ଧାରକଙ୍କୁ ଅଧିକ ସୁଯୋଗ ମିଳିପାରିବ। ନୂଆ ଚିନ୍ତାଧାରା ଆସିବ ବୋଲି ସେ କହିଛନ୍ତି। ସେ ଅହୁରିବି କହିଛନ୍ତି ଯେ, ତାଙ୍କ ଟିକଟ କାଟିବା ପାଇଁ କାହାର ଦମ୍ ନାହିଁ । କେବଳ ପୁଅ ଚାପରେ ନିର୍ବାଚନ ଲଢିବେ ନାହିଁ । ପୁଅ ସାମ୍ବାଦିକତା କରିବାକୁ  କହୁଛି । କାରଣ ଓଡିଶାରେ ନିରପେକ୍ଷ, ନିର୍ଭୀକ ସାମ୍ବାଦିକଙ୍କ ଅଭାବ ରହିଛି । ସମସ୍ତେ ମୁଣ୍ଡ ବିକି ଦେଇଛନ୍ତି । ଏନେଇ ସେ ୩ମାସ ହେଲା ସମସ୍ତଙ୍କୁ ବୁଲିବୁଲି କହିଥିବା କହିଛନ୍ତି ।  ଏହି ନିଷ୍ପତି ସେ ମନ ଖୁସିରେ କେବଳ ସାମ୍ବାଦିକତା ପାଇଁ ନେଇଛନ୍ତି । ନିର୍ବାଚନ ସରିବାର  ପରେ ପୁଣି ଢେଙ୍କାନାଳ ବୁଲିବେ । ତେବେ ଅନ୍ୟ କୌଣସୀ ଦଳରେ ନ ମିଶିବା ସହ ନବୀନଙ୍କ ପ୍ରତି ସମ୍ମାନ ଅଛି ବୋଲି ସେ କହିଛନ୍ତି ।