Home ଅପରାଧ ଧଳା ଜହର ମାୟାରେ ଟ୍ୱିନ୍ ସିଟି

ଧଳା ଜହର ମାୟାରେ ଟ୍ୱିନ୍ ସିଟି

ଭୁବନେଶ୍ୱର: ଧଳା ଜହର ବା ବ୍ରାଉନସୁଗାର । ଦିନ ଥିଲା ରାଜଧାନୀର ଲକ୍ଷ୍ମୀସାଗର ଥାନା ଅଧୀନ ହଳଦୀ ପଡିଆବସ୍ତିକୁ ବ୍ରାଉନସୁଗାର କାରବାରର ମୁଖ୍ୟ ସ୍ଥାନ କୁହାଯାଉଥିଲା । କିନ୍ତୁ ସମୟ ବଦଳିବା ସଙ୍ଗେ ସଙ୍ଗେ ନିଶା ବ୍ୟାପାର ମଧ୍ୟ ବଢ଼ି ବଢ଼ି ରାଜଧାନୀର ପ୍ରାୟ ସମସ୍ତ ଅଞ୍ଚଳରେ ମିଳୁଛି ଧଳାଜହର ବା ବ୍ରାଉନସୁଗାର । ଏହି ସାଙ୍ଘାତିକ ନିଶା ମାୟାରେ ରାଜଧାନୀର ବହୁ ଶିକ୍ଷିତ ଯୁବକ ଯୁବତୀ ଓ ଅଦ୍ଧ ଶିକ୍ଷିତ ଯୁବକଙ୍କୁ ଘାରିଛି । ନିଶା ସେବନକରି ଅନେକଙ୍କ ଜୀବନ ଚାଲି ଯାଉଛି ଓ ବହୁ ଯୁବକ ଅପରାଧର ଦିଗକୁ ମୁହାଁଉଛନ୍ତି । ବହୁ ସମୟରେ ଭୁବନେଶ୍ୱରରେ ବ୍ରାଉନସୁଗାର ବ୍ୟବସାୟୀ ଖୁଲମଖୁଲ୍ଲା ବିକ୍ରି କରୁଛନ୍ତି । କମିଶନରେଟ ବୋଲିସ ଓ ଅବକାରୀ ବିଭାଗ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରିଥିଲେ ମଧ୍ୟ ନିଶା ବେପାରୀଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି ।ପୋଲିସର ଏତେ ଚଢ଼ଉ ଓ ଗିରଫଦାରୀ ସତ୍ତେ୍ୱ ମଧ୍ୟ ରାଜଧାନୀରେ ବ୍ରାଉନସୁଗାର କାରବାର ବନ୍ଦ ହେଇପାରୁ ନାହିଁ । ବହୁ ସମୟ ଧରି ନିଶା କାରବାର ହେପୋଲିସର ଏତେ ଚଢ଼ଉ ଓ ଗିରଫଦାରୀ ସତ୍ତେ୍ୱ ମଧ୍ୟ ରାଜଧାନୀରେ ବ୍ରାଉନସୁଗାର କାରବାର ବନ୍ଦ ହେଇପାରୁ ନାହିଁ । ଯାହାକି କମିଶନରେଟ ପୋଲିସ, ଅବକାରୀ ବିଭାଗ ଓ ରାଜଧାନୀବାସୀଙ୍କର ଚିନ୍ତାର ବିଷୟ ହୋଇଛି । ପୋଲିସର ଏତେ ଚଢ଼ଉ ଓ ଗିରଫଦାରୀ ସତ୍ତେ୍ୱ ମଧ୍ୟ ରାଜଧାନୀରେ ବ୍ରାଉନସୁଗାର କାରବାର ବନ୍ଦ ହେଇପାରୁ ନାହିଁ । ଯାହାକି କମିଶନରେଟ ପୋଲିସ, ଅବକାରୀ ବିଭାଗ ଓ ରାଜଧାନୀବାସୀଙ୍କର ଚିନ୍ତାର ବିଷୟ ହୋଇଛି । ଥିଲେ ମଧ୍ୟ ଯାହାକି କମିଶନରେଟ ପୋଲିସ, ଅବକାରୀ ବିଭାଗ ଓ ରାଜଧାନୀବାସୀଙ୍କର ଚିନ୍ତାର ବିଷୟ ହୋଇଛି । ପୋଲିସ ବହୁ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଛି କିନ୍ତୁ ସେମାନେ କିଛି ଦିନ ପରେ ଜେଲରେ ରହି ଆସିବା ପରେ ଜାମିନରେ ଆସି ପୁଣି ଆରମ୍ଭ କରି ଦେଉଛନ୍ତି ନିଶାବେପାର । ଅନ୍ୟ ପକ୍ଷରେ ଅଭିଯୁକ୍ତଙ୍କ ବିରୁଦ୍ଧରେ କୋର୍ଟରେ ଦାଖଲ ହୋଇଥିବା ଅଭିଯୋଗ ଫର୍ଦ୍ଧ ଦୁର୍ବଳ ହୋଇଥିବାରୁ ସେମାନେ ମୁକୁଳି ଯାଉଛନ୍ତି । କଟକ ରେ ଗତ ଏକ ବର୍ଷ ମଧ୍ୟରେ ପ୍ରାୟ କୋଟିଏ ଟଙ୍କାର ବ୍ରାଉନସୁଗାର ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଜବତ କରାଗଲାଣି । ମାର୍ଚ୍ଚରେ ମିଛୁଆବଜାରର ୮ ଲକ୍ଷ ଟଙ୍କା ର ବ୍ରାଉନସୁଗାର ଜବତ କରାଯାଇଥିବା ବେଳେ ଗତ ଫେବୃଆରୀ ମାସରେ ଯୋବ୍ରାରୁ ୫ ଲକ୍ଷ ଟଙ୍କାର, ମେ ମାସରେ ୬ ଲକ୍ଷ ଟଙ୍କାର ଜବତ କରଛି । ଜୁଲାଇ ମାସରେ କାଠଯୋଡି ଠାରୁ ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି । ସୂଚନାମୁତାବକ ଆଗରୁ ଟ୍ରେନ ଯୋଗେ ବ୍ରାଉନସୁଗାର ଚାଳାଣ ହେଉଥିବା ବେଳେ ଅନେକ ବାର ଅନେକବାର ଧରାପଡି ଯିବାରୁ ଏବେ କୋଲକାତା ଓ ରାୟପୁର ପର୍ଯ୍ୟନ୍ତ ଏହା ଆସି ସେଠାରୁ ନାଇଟ ବସରେ ସର୍ତକତା ସହ କଟକ ଚାଲାଣ କରାଯାଉଛି । କିନ୍ତୁ ଚୋରା ବ୍ରାଉନସୁଗାର ର‌୍ୟାକେଟରେ କିଙ୍ଗପିନ୍କୁ ପୋଲିସ ଓ ଅବକାରୀ ବିଭାଗ ଧରିବାରେ ସଫଳ ହେଉନାହିଁ ।

କମିଶନରେଟ ପୋଲିସ ଚଳିତ ମାସ ନଭେମ୍ବର ସୁଦ୍ଧା ୩୩ଗୋଟି ମାମଲା ରୁଜୁ କରିବା ସହ ୪୨ ଜଣଙ୍କୁ ଗିରଫ କରିଛି । ପୋଲିସ ପାଖାପାଥି ୫୦୦ଗ୍ରାମ ରୁ ଅଧିକ ବ୍ରାଉନସୁଗାର ଜବତ କରିସାରିଛି । ଯାହାର ବଜାରମୂଲ୍ୟ ୫ କୋଟି ଟଙ୍କାରୁ ଅଧୀକ ହେବ । ପୋଲିସ ନିଶା ମାଫିଆଙ୍କ ଠାରୁ ପାଖାପାଖି ୩ ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି । ଚଳିତ ମାସ ନଭେମ୍ବର ମାସରେ ବ୍ରାଇନସୁଗାଂର କାରବାର କରୁଥିବା ମାଫିଆଙ୍କ ଉପରେ କମିଶନରେଟ ପୋଲିସର କୁଇକ ଆକ୍ସନ ଟିମ ବାରମ୍ବାର ଚଢ଼ଉ କରିବାରେ ଲାଗିଛି । ଗତମାସରେ କୁଇକ ଆକ୍ସନ ଟିମ ମଞ୍ଚେଶ୍ୱର, ଜଟଣୀ, ଖାରବେଳନଗର, ଖଣ୍ଡଗିରି, ଇନଫୋସିଟି, ଲକ୍ଷ୍ମୀସାଗର ଥାନା ଅଧୀନରେ ଥିବା ଅଞ୍ଚଳରୁ ପୋଲିସ ୬ ଜଣଙ୍କୁ ଗିରଫ କରିବା ସହ ପାଖାପାଖି ୧୫୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ସେହିପରି ଅବକାରୀ ସ୍କାଡ ମଧ୍ୟ ମଞ୍ଚେଶ୍ୱର, ବରମୁଣ୍ଡା,ସାଲିଆସାହି ଅଞ୍ଚଳରୁ ଚଢ଼ଉ କରି ୪୦ ଲକ୍ଷ ଟଙ୍କାରୁ ଉଦ୍ଧ ଟଙ୍କାର ବ୍ରାଉନସୁଗାର ଜବତ କରିଛି । ବିଶ୍ୱସ୍ଥ ସୁତ୍ରରୁ ପ୍ରକାଶ ବ୍ରାଉନସୁଗାର ବାଙ୍ଗଳାଦେଶରୁ କୋଲକାତା ହୋଇ ବାଲେଶ୍ୱର ଆସୁଛି । ପରେ ବାଲେଶ୍ୱରରୁ ଖୋଦ୍ଧାର ଜଣେ ବଡ ବେପାରୀଙ୍କ ପାଖକୁ ଆସୁଛି । ସେଇଠୁ ପୁଣି ରାଜଧାନୀର ସମସ୍ତ ଅଞ୍ଚଳକୁ ଛୋଟ ବେପାରୀ ମାନେ ଆଣି ବିକ୍ରି କରୁଛନ୍ତି । ଏହି ନିଶା କାରବାରରେ ଏବେ ମହିଲା ଓ ଯୁବତୀମାନେ ସଂପୃକ୍ତ ରହୁଛନ୍ତି । ନିଶା ବ୍ୟବସାୟରେ ମହିଳାମାନଙ୍କୁ ଯାଞ୍ଚ କରିବା ଅସମ୍ଭବ । ଏହାର ସୁଯୋଗ ନେଇ ସେମାନେ ଲୁଚେଇ ଦେଉଛନ୍ତି । ଗତ ମାସରେ ପୁରୁଣା ଭୁବନେଶ୍ୱରରୁ ୪ଜଣ ମହିଳା ଓ ୨ଜଣ ଯୁବତୀଙ୍କୁ ପୋଲିସ ଗିରଫ କରିଛି ।