ଭୁବନେଶ୍ୱର : ପ୍ରାକୃତିକ ବିପର୍ଯ୍ୟୟ କ୍ଷୟକ୍ଷତି ଭରଣା ସହାୟତା ଓଡ଼ିଶାକୁ ଛାଡ଼ି ତିନୋଟି ରାଜ୍ୟକୁ ଦିଆଯାଇଛି । ଏହି ସହାୟତା ପାଇଥିବା ରାଜ୍ୟ ଗୁଡ଼ିକ ହେଲା କେରଳ, ନାଗାଲାଣ୍ଡ ଏବଂ ଆନ୍ଧ୍ରପ୍ରଦେଶ । କେରଳକୁ ୩୦୪୮.୩୯ କୋଟି ମିଳିଥିବା ବେଳେ ନାଗାଲାଣ୍ଡକୁ ୧୩୧.୧୬ କୋଟି ଟଙ୍କା ଏବଂ ଆନ୍ଧ୍ରକୁ ୫୩୯.୫୧ କୋଟିରୁ ଉଦ୍ଧ୍ୱର୍ ଟଙ୍କା ମିଳିଛି । କେନ୍ଦ୍ର ସରକାରଙ୍କର ଏହି ଅବହେଳା ବିରୁଦ୍ଧରେ ବିଜେଡ଼ି ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି ା ତିତିଲିରେ ଓଡ଼ିଶାର ପ୍ରଭୁତ କ୍ଷତି ଘଟିଥିଲା ବେଳେ ଏହାକୁ ସହାୟତା ଦିଆନଯିବା ଦୁର୍ଭାଗ୍ୟଜନକ ବୋଲି ବିଜେଡ଼ିର ମୁଖପାତ୍ର ସମୀର ରଂଜନ ଦାସ କହିଛନ୍ତି । ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ଏନଡିଆରଏଫରୁ ଏହି ସହାୟତା ଦେଇଛନ୍ତି ।