Home ରାଜ୍ୟ ରାଜ୍ୟରେ ନଭେମ୍ବର ପ୍ରଥମ ସପ୍ତାହରୁ ନିୟମିତ ହୋଇପାରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଟେଷ୍ଟ୍‌

ରାଜ୍ୟରେ ନଭେମ୍ବର ପ୍ରଥମ ସପ୍ତାହରୁ ନିୟମିତ ହୋଇପାରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଟେଷ୍ଟ୍‌

ଭୁବନେଶ୍ୱର: କରୋନା କଟକଣା ଯୋଗୁଁ ରାଜ୍ୟରେ ଏବେ ସୁଦ୍ଧା ୩ ଲକ୍ଷରୁ ଅଧିକ ପୁରୁଣା DL ଆବେଦନ ପଡ଼ିରହିଛି । ସେଗୁଡ଼ିକୁ ତ୍ଵରାନ୍ୱିତ କରିବାକୁ ଏପ୍ରିଲ ୨୦୨୧ ଯାଏଁ ସମୟ ଲାଗିଯିବ। ତା’ ଭିତରେ ସାନି ଆବେଦନକାରୀଙ୍କ ସଂଖ୍ୟା ବହୁଗୁଣିତ ହେବ ।

ବିଭାଗୀୟ ସୂଚନା ଅନୁସାରେ ପ୍ରାୟ ସାତ ମାସ ଧରି ବନ୍ଦ ରହିବା କାରଣରୁ ରାଜ୍ୟରେ ପାଖାପାଖି ୩ ଲକ୍ଷ ଡିଏଲ ଓ ଏଲ ଏଲ ଆବେଦନ ପଡ଼ି ରହିଛି । ଏହାକୁ ସାରିବାକୁ ଆହୁରି ପ୍ରାୟ ଆଉ ଛଅ ମାସ ସମୟ ଲାଗିଯିବ। ସେ ଦୃଷ୍ଟିରୁ ପୁରୁଣା ଆବେଦନ ସହିତ  ନୂଆ ଆବେଦନକୁ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ବୋଲି ବିଭାଗ ଅନୁଭବ କରୁଛି ।

କୋଭିଡ ପ୍ରଭାବ କାରଣରୁ ଗତ ମାର୍ଚ୍ଚ ମାସ ତୃତୀୟ ସପ୍ତାହରୁ ରାଜ୍ୟରେ ବନ୍ଦ ରହିଥିଲା ପରିବହନ ବିଭାଗର ନୂଆ ଡ୍ରାଇଭିଙ୍ଗ ଲାଇସେନ୍ସ ଆବେଦନ ସହିତ ଜଡ଼ିତ ସମସ୍ତ ପ୍ରକ୍ରିୟା । ତେବେ ସାରା ଦେଶରେ ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହେବା ପରେ ଗତ ଅଗଷ୍ଟ ମାସରୁ ଧୀରେ ଧିରେ ଏହି ପ୍ରକ୍ରିୟା ପୁଣି ଥରେ ସ୍ୱାଭାବିକ ହେବା ଆରମ୍ଭ ହୋଇଛି । ତା’ ସହିତ କେବଳ ପୁର୍ବରୁ ପଡ଼ିରହିଥିବା ଆବେଦନକୁ ତ୍ୱରାନ୍ୱିତ କରାଯାଉଛି, ଯେଉଁଥି ପାଇଁ ସାନି ଆବେଦନକାରୀ ହତାଶ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଦୁର୍ଗା ପୂଜା ପରେ ସାନି ଡିଏଲ ଓ ଏଲଏଲ ଆବେଦନକୁ ତ୍ଵରାନ୍ୱିତ କରିବାକୁ ବିଭାଗ ଯୋଜନା କରିଛି ।