Home ରାଜ୍ୟ ରାଜ୍ୟ ପୋଲିସ ପକ୍ଷରୁ ୬୧ତମ ପୋଲିସ ସହିଦ୍‌ ଦିବସ ପାଳିତ

ରାଜ୍ୟ ପୋଲିସ ପକ୍ଷରୁ ୬୧ତମ ପୋଲିସ ସହିଦ୍‌ ଦିବସ ପାଳିତ

କଟକ : ରାଜ୍ୟ ପୋଲିସ ପକ୍ଷରୁ ୬୧ତମ ପୋଲିସ ସହିଦ୍‌ ଦିବସ ପାଳନ କରାଯାଇଛି। କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ପୋଲିସ ଡିଜି ଅଭୟ ଦିବଙ୍ଗତ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । କରୋନା ଡ୍ୟୁଟି ସମୟରେ ସହିଦ୍‌ ହୋଇଥିବା ୪୧ଜଣ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ପକ୍ଷରୁ ଦିଆଯାଇଥିବା ଶୋକବାର୍ତ୍ତା ପାଠ କରାଯାଇଥିଲା ।

କଟକ ସମେତ ଭୁବନେଶ୍ୱର ରିଜର୍ଭ ଗ୍ରାଉଣ୍ଡରେ ମଧ୍ୟ ପୋଲିସ ସହିଦ୍‌ ଦିବସ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ପୋଲିସ ଅଧିକାରୀ ଯୋଗ ଦେଇଥିଲେ। ଚଳିତ ବର୍ଷ କରୋନା କଚକଣା ପାଇଁ ସହିଦ୍‌ଙ୍କ ପରିବାର ଲୋକଙ୍କୁ ନିମନ୍ତ୍ରଣ ଦିଆଯାଇନଥିଲା |